ଏହି ଦେଶରେ ଏକ ଘଣ୍ଟାରେ ବଦଳିଥିଲେ ୩ ରାଷ୍ଟ୍ରପତି, ଚକିତ ହୋଇଥିଲେ ବିଶ୍ବବାସୀ
28/11/2020 at 9:52 PM

ନୂଆଦିଲ୍ଲୀ ୨୮/୧୧: ଯଦିଓ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସରିଛି କିନ୍ତୁ ନିଜର ପରାଜୟ ସ୍ବୀକାର କରିବା ମୁଡ୍ରେ ଟ୍ରମ୍ପ ନଥିବା ମନେ ହେଉଛି। ଜୋ ବାଇଡେନ୍ ନିର୍ବାଚନରେ ବହୁମତ ପାଇଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ଜିତି ଥିବା ନେଇ ଦାବି କରିଆସୁଛନ୍ତି। ରାଷ୍ଟ୍ରପତି ପଦ ପାଇଁ ରେସ୍ ଲାଗିଥିବା ବେଳେ ହ୍ବାଇଟ ହାଉସ୍ ଯିବାକୁ ବାଇଡେନ୍ ପ୍ରସ୍ତୁତ। ଠିକ୍ ସେହିଭଳି ମେକ୍ସିକୋ ରାଜନୀତିରେ ଏମିତି କିଛି ଘଟିଥିଲା ଯାହାକୁ ବିଶ୍ବ ଦେଖି ଚକିତ ହୋଇଥିଲା।
୧୦୭ ବର୍ଷ ପୂର୍ବେ ମେକ୍ସିକୋରେ ୧ ଘଣ୍ଟାରେ ତିନି ତିନ ଜଣ ରାଷ୍ଟ୍ରପତି ପରିବର୍ତ୍ତନ ହୋଇଥିଲେ। ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଏଭଳି ଘଟଣା ସାରା ବିଶ୍ବକୁ ଆଶ୍ଚର୍ଯ୍ୟ କରିଥିଲା। ୧୯ ଫେବୃଆରୀ ୧୯୧୩ରେ ମେକ୍ସିକୋର ରାଷ୍ଟ୍ରପତି ଥିଲେ ଫ୍ରାନ୍ସସିସ୍କୋ ଆଇ ମ୍ୟାଡେରୋ।
ମ୍ୟାଡେରୋ ରାଷ୍ଟ୍ରପତି ପଦ ଛାଡ଼ିବା ପରେ ଚୌକି ହାତେଇଥିଲେ ପେଡ୍ରୋ ଲସ୍କୁରିନ୍। କିନ୍ତୁ କିଛି ମିନ୍ଟ ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ ପେଡ୍ରୋ। ତାପରେ ଭିକ୍ଟୋରିୟାନୋ ହୁଏର୍ଟା ରାଷ୍ଟ୍ରପତି ହୋଇଥିଲେ। ପେଡ୍ରୋ ଲସ୍କୁରିନ୍ କେବଳ ୨୬ ମିନିଟ୍ ପାଇଁ ରାଷ୍ଟ୍ରପତି ହୋଇଥିଲେ।
ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନିଜ ସପକ୍ଷରେ ଆଣିବାକୁ ଡୋନଲ୍ଡ ଟ୍ରମ୍ପଙ୍କ ଆଉ ଏକ ଚାଲ ବିଫଳ ହୋଇଛି। ରାଷ୍ଟ୍ରପତିଙ୍କୁ ଓକିଲ ନୁହେଁ ବରଂ ମତଦାତା ବାଛନ୍ତି ବୋଲି କହି ମକୋଦ୍ଦମା ରଦ୍ଦ କରିଛନ୍ତି ପେନସିଲଭେନିଆର ସଙ୍ଘୀୟ ଅପିଲ ଅଦାଲତ।