‘ଇଣ୍ଡିଆ’ ନାଁକୁ ନେଇ ବିବାଦ: ଦେଶର ନାଁ ବଦଳାଇବାକୁ କେତେ ହେବ ଖର୍ଚ୍ଚ ?
7/09/2023 at 12:07 PM

ନୂଆଦିଲ୍ଲୀ ୦୭।୦୯: ଭାରତ ନା ଇଣ୍ଡିଆ ? ଦେଶର ନାଁକୁ ନେଇ ଏବେ ଲାଗିଛି ବିବାଦ । ଜି -20 ସମ୍ମିଳନୀ ଡିନର କାର୍ଡରେ ‘ପ୍ରେସିଡେଣ୍ଚ ଅଫ୍ ଭାରତ’ ଲେଖାକୁ ନେଇ ବିରୋଧୀ-ବିଜେପି ମୁହାଁମୁହିଁ । ବର୍ତ୍ତମାନ ଦେଶର ଉଭୟ ନାଁ ଭାରତ ଏବଂ ଇଣ୍ଡିଆ ସରକାରୀ ଭାବରେ ବ୍ୟବହୃତ ହେଉଛି । ଇଂରାଜୀରେ ‘ଇଣ୍ଡିଆ’ ଏବଂ ହିନ୍ଦୀରେ ‘ଭାରତ’ ।

ତେବେ କାହିଁକି ଏବଂ କେଉଁଠି ରହିଛି ବିବାଦ ? ଏବେ ଏହାଠାରୁ ଏକ ବଡ ପ୍ରଶ୍ନ ହେଉଛି, ଯଦି ଦେଶର ନାଁ ବଦଳାଯାଏ, ତେବେ କେତେ ଖର୍ଚ୍ଚ ହେବ ? ଦେଶର ନାଁ ବଦଳାଇବା ଖର୍ଚ୍ଚ ବିଷୟରେ ଆଲୋଚନା କରିବା ପୂର୍ବରୁ ଗୋଟିଏ ସହର ବା ରାଜ୍ୟର ନାଁ ବଦଳାଇଲେ କେତେ ଖର୍ଚ୍ଚ ହୁଏ ଆଗ ଜାଣିବା ।

ନିକଟ ଅତୀତରେ ଭାରତର ଅନେକ ରାଜ୍ୟରେ ବିଭିନ୍ନ ସହରର ନାଁ ପରିବର୍ତ୍ତନ କରାଯାଇଥିଲା । ସେଥିମଧ୍ୟରୁ ଉତ୍ତରପ୍ରଦେଶର ନାଁ ଶୀର୍ଷରେ ରହିଥିଲା । ଏଠାରେ ଯୋଗୀ ସରକାର ଅନେକ ସହରର ନାଁ ବଦଳାଇଥିଲେ । ଯଦି ଆମେ ଏକ ସହରର ନାଁ ବଦଳାଇବା ପାଇଁ ହୋଇଥିବା ଖର୍ଚ୍ଚ ବିଷୟରେ ଆଲୋଚନା କରିବା, ତେବେ ଏହା ପ୍ରାୟ ୨୦୦ରୁ ୫୦୦ କୋଟି ମଧ୍ୟରେ ହେବ ।

ଅନ୍ୟପକ୍ଷରେ ଯଦି ଆମେ ଏକ ରାଜ୍ୟର ନାମ ପରିବର୍ତ୍ତନ ପାଇଁ ଖର୍ଚ୍ଚକୁ ହିସାବକୁ ନେବା ତେବେ ଏହା ୫୦୦କୋଟିରୁ ଅଧିକ ହୋଇଯାଏ । ଏବେ ଆସିବା ଦେଶର ନାଁ ପରିବର୍ତ୍ତନ ପାଇଁ ଆବଶ୍ୟକ ଖର୍ଚ୍ଚ ପାଖକୁ… ଯଦି ଗୋଟିଏ ସହର କିମ୍ବା ରାଜ୍ୟର ନାଁ ପରିବର୍ତ୍ତନ କରିବା ପାଇଁ ଅନେକ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ, ତେବେ ଗୋଟିଏ ଦେଶର ନାଁ ପରିବର୍ତ୍ତନ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ଅନୁମାନ କରନ୍ତୁ ତ । ନିଶ୍ଚୟ ଏହାର ୨ଗୁଣ ।

ଆଉଟ୍ଲୁକ୍ ଇଣ୍ଡିଆ ଏହା ଉପରେ ଏକ ରିସର୍ଚ୍ଚ କରିଛି । ରିପୋର୍ଟ ଅନୁଯାୟୀ, ୨୦୧୮ମସିହାରେ ସ୍ବାଜିଲ୍ୟାଣ୍ଡ ନାମକ ଏକ ଆଫ୍ରିକୀୟ ଦେଶ ଏହାର ନାଁ ପରିବର୍ତ୍ତନ କରି ଇସ୍ବାତିନ୍ ରଖିଥିଲା । ସେହି ସମୟରେ ଏହି ଛୋଟ ଦେଶର ନାଁ ପରିବର୍ତ୍ତନ ପାଇଁ ପ୍ରାୟ ୬୦ ନିୟୁତ ଡଲାର ଖର୍ଚ୍ଚ ହୋଇଥିଲା ।

ସେହି ଆଧାରରେ ଯଦି ହିସାବ କରାଯାଏ, ତେବେ ଆମ ଦେଶର ନାଁ ପରିବର୍ତ୍ତନ ଖର୍ଚ୍ଚ ହେବ ପ୍ରାୟ ୧୪ ହଜାର ୩୦୪ କୋଟି । ଦକ୍ଷିଣ ଆଫ୍ରିକାର ଓକିଲ ଡାରେନ୍ ଅଲିଭିଆର୍ଙ୍କ ଦ୍ୱାରା ଦିଆଯାଇଥିବା ସୂତ୍ରରୁ ଏହା ଆକଳନ କରାଯାଇଛି ।
You Can Read: