ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Published By : Prameya-News7 Bureau | March 01, 2024 IST

ବ୍ରହ୍ମପୁର ୧: ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତୃତୀୟ ଦିନରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ।

ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ନିଜ ଅଭିଭାଷଣ ରଖିଛନ୍ତି । ସମସ୍ତଙ୍କୁ ନମସ୍କାର ଜଣାଇ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଷ୍ଟ୍ରପତି । ସମସ୍ତ ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ । ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଲେ । କର୍ତ୍ତବ୍ୟକୁ ପ୍ରତିପାଦନ କର । ଉଜ୍ଜଳ ଭବିଷ୍ୟତ ଗଠନ କର । ଏହି ଭୂମି ସାହିତ୍ୟ କଳା ସଂସ୍କୃତିର ଗନ୍ତାଘର । ପୁରାତନ ରାଷ୍ଟ୍ରପତି ଭି ଭି ଗିରି, ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତି, ବିଜୁ ପଟ୍ଟନାୟକ, ଚାକରା ବିଷୋୟୀ ପ୍ରମୁଖ ସମସ୍ତଙ୍କୁ ସ୍ମରଣ କଲେ ରାଷ୍ଟ୍ରପତି । ଡକ୍ଟର ଅଶୋକ ମହାପାତ୍ର, ଭାରତ୍ତୋଳନ କେ. ରବି କୁମାର ପ୍ରମୁଖଙ୍କୁ ମଧ୍ୟ ମନେ ପକାଇଲେ ।

ରାଷ୍ଟ୍ରପତି ଆହୁରି କହିଛନ୍ତି, ୬୦ ପ୍ରତିଶତରୁ ଉର୍ଦ୍ଧ୍ବ ଛାତ୍ରୀ ଅଧୟନରତ । ପିଏଚଡ଼ି ପାଇଥିବା ଡିଗ୍ରୀଧାରୀଙ୍କ ମଧ୍ୟରୁ ୬୦ ପ୍ରତିଶତ ଛାତ୍ରୀ । ଭାରତ ଏବେ ମହିଳା ସଶକ୍ତିକରଣ ହେଉଛି । ପୁଅମାନଙ୍କ ଠାରୁ ଝିଅମାନେ ଆଗୁଆ । ଏହା ଦେଶ ପାଇଁ ଶୁଭଙ୍କର । ପାଇଲଟ, ସେନା, ନୌସେନାରେ ଝିଅମାନଙ୍କୁ ସୁଯୋଗ ଦିଆଯାଉଛି । ଆତ୍ମବିଶ୍ୱାସ ଏବଂ ସୃଜନଶୀଳତାରେ ଖୁସି ବୋଲି କହିଲେ ରାଷ୍ଟ୍ରପତି । ଭାରତରେ ଅଧା ହେଉଛନ୍ତି ମହିଳା । ମହିଳା ଅଧିକ ସଶକ୍ତିକରଣ ହେଉଛନ୍ତି । ଏମାନେ ଦେଶ ପାଇଁ ଉଜ୍ଜଳ ଭବିଷ୍ୟତ । ପୁଅ ଝିଅମାନେ ଦେଶକୁ ଅଧିକ ଶକ୍ତିଶାଳୀ କରିବେ ।

ଦେଶ ଚତୁର୍ଥ ବିପ୍ଳବରେ ଅବତୀର୍ଣ୍ଣ। ଶିକ୍ଷାଦୀକ୍ଷାକୁ ସମାଜ କଲ୍ୟାଣରେ ଲଗାଇବାକୁ ଗୁରୁମାନେ ଉପଦେଶ ଦେଉଥିଲେ । ଅର୍ଜନ କରିଥିବା ଜ୍ଞାନକୁ ସଦୁପୋଯୋଗ କରିବ । ଚାକିରି ନ ପାଇଲେ ବି ଜୀବିକା ଅର୍ଜନ ପାଇଁ ସ୍ୱାବଲମ୍ବୀ ହେବାକୁ ପଡିବ । ୨୦୪୭ରେ ପୂର୍ଣ୍ଣ ବିକଶିତ ଭାରତ ଗଠନ ହେବା ଲକ୍ଷ୍ୟ ରହିଛି । ଅର୍ଥନୀତିରେ ବିଶ୍ୱରେ ଦେଶ ଏବେ ୫ମ ସ୍ଥାନରେ । ଖୁବ ଶୀଘ୍ର ତୃତୀୟ ସ୍ଥାନକୁ ଯିବ ।

You Can Read :

wp:embed {"url":"https://www.prameyanews7.com/two-critical-and-one-injured-after-collision-between-truck-and-oil-tanker-in-boudh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/two-critical-and-one-injured-after-collision-between-truck-and-oil-tanker-in-boudh/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.