ମାଳଦ୍ୱୀପରେ ମୁଇଜୁଙ୍କ ଦଳର ବଡ଼ ବିଜୟ: ଭାରତ ଉପରେ କ'ଣ ପଡ଼ିବ ପ୍ରଭାବ ?

Published By : Prameya-News7 Bureau | April 22, 2024 IST

ନୂଆଦିଲ୍ଲୀ: ମାଳଦ୍ୱୀପର ଜନତାଙ୍କ ମନରେ ଯେ ଭାରତ ବିରୋଧୀ ଚିନ୍ତାଧାରା ରହିଛି ଏକଥା ମାଳଦ୍ୱୀପ ସଂସଦ ନିର୍ବାଚନରେ ସ୍ପଷ୍ଟ ହୋଇଛି। ମାଳଦ୍ୱୀପ ସଂସଦ ନିର୍ବାଚନରେ ରାଷ୍ଟ୍ରପତି ମହମ୍ମଦ ମୁଇଜିଙ୍କ ପାର୍ଟି ବିପୁଳ ବିଜୟ ହାସଲ କରିଛି। ମୁଇଜୁ ଭାରତ ବିରୋଧୀ ନାରା ଦେଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଏବେ ତାଙ୍କ ଦଳ ମାଳଦ୍ୱୀପ ଲୋକେ ବିଜୟୀ କରାଇଥନ୍ତି। 

ମୁଇଜୁ ରାଷ୍ଟ୍ରପତି ହେବା ପରେ ଚୀନ ସମର୍ଥନରେ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇଛନ୍ତି। ତେବେ ଭାରତ ମାଳଦ୍ୱୀପକୁ କେତେ ସହଯୋଗ କରୁଛି ଏକଥା ଜାଣି ମଧ୍ୟ ମାଳଦ୍ୱୀପ ଜନତା ଭାରତ ବିରୋଧୀ ମୁଇଜୁ ସରକାରଙ୍କୁ ବଡ଼ ବିଜୟ ଦେଇଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ଯେ ମାଳଦ୍ୱୀପ ଲୋକଙ୍କ ମନରେ ଭାରତ ବିରୋଧରେ ବିଦ୍ୱେଶ ଭରି ରହିଛି। 

ମୁଇଜୁଙ୍କ ଦଳ ପିପୁଲ୍ସ ନ୍ୟାସ୍‌ନାଲ କଂଗ୍ରେସ(ପିଏନ୍‌ସି) ମୋଟ ୯୩ଟି ସଂସଦ ଆସନ ମଧ୍ୟରୁ ୭୦ଟିରେ ଆସନରେ ବିଜୀୟ ହୋଇଛି। ପିଏନ୍‌ପି ସହଯୋଗୀ ଦଳ ମାଳଦ୍ୱୀପ ନ୍ୟାସ୍‌ନାଲ ପାର୍ଟି(ଏମ୍‌ଏନ୍‌ପି) ଓ ମାଳଦ୍ୱୀପ ଡେଭଲପମେଣ୍ଟ ଆଲିଆନ୍ସ(ଏମ୍‌ଡିଏ) ଯଥାକ୍ରମେ ଗୋଟିଏ ଓ ଦୁଇଟି ଆସନ ହାତେଇଛନ୍ତି। ଅନ୍ୟପଟେ ଭାରତ ସମର୍ଥିତ ଦଳ ମାଳଦ୍ୱୀପ ଡେମୋକ୍ରାଟିକ ପାର୍ଟି ମାତ୍ର ୧୫ଟି ଆସନରେ ବିଜୟୀ ହୋଇଛି। ମାଳଦ୍ୱୀପ ସଂସଦ ପିପୁଲ୍ ମଜଲିସ୍‌ର ଏହା ୨୦ ତମ ନିର୍ବାଚନ ଥିଲା। ଯେଉଁଥିରେ ମୁଇଜୁ ଜନତାଙ୍କ ବିରୋଧରେ ଭାରତ ବିରୋଧୀ ମନୋଭାବ ପୂରାଇ ନିର୍ବାଚନରେ ବିଜୟୀ ହୋଇଛନ୍ତି। 

ପଢ଼ନ୍ତୁ- ଇରାନର ଏହି ଆକ୍ସନରେ ବଢ଼ିପାରେ ଏଲଏନଜି ଏବଂ ଅଶୋଧିତ ତେଲ ଦର, ଭାରତ ସହ ଅନ୍ୟ ଦେଶମାନେ ମଧ୍ୟ ହୋଇପାରନ୍ତି ପ୍ରଭାବିତ

ଉଭୟ ଭାରତ ଓ ଚୀନ ଏହି ନିର୍ବାଚନ ଉପରେ ନଜର ରଖିଥିଲେ। ଭାରତ ମହାସାଗର ଉପରେ ନିଜର ପତିଆରା ବଜାଇ ରଖିବାକୁ ପାଇଁ ମାଳଦ୍ୱୀପ ଉପରେ ପ୍ରଭାବ ବିସ୍ତାର କରିବା ଅତ୍ୟନ୍ତ ଜରୁରୀ। ହେଲେ ମୁଇଜୁ ଦ୍ୱୀପଦେଶର ଶାସନ ଭାର ସମ୍ଭାଳିବା ପରଠାରୁ ଚୀନ ସେଠାରେ ନିଜର ପ୍ରଭାବ ବିସ୍ତାର କରୁଛି। ଚୀନ ମାଳଦ୍ୱୀପ ଉପକୂଳରେ ନିଜର ଜାହାଜ ମୁତୟନ କରି ଭାରତ ମହାସାଗର ଉପରେ ନଜର ରଖିଛି। ଚୀନର ନଜର ଭାରତ ପାଇଁ ବିପଦ ସୃଷ୍ଟି କରିପାରେ। ଚୀନ ଭାରତ ପ୍ରତିରକ୍ଷା କ୍ଷେତ୍ରର ଜାସୁଶି କରିପାରେ। ସଂସଦ ନିର୍ବାଚନରେ ମୁଇଜୁଙ୍କ ଦଳ ଜିତିବା ଭାରତ ପାଇଁ ଏକ ଝଟ୍‌କା କହିଲେ ଅତ୍ୟୁକ୍ତି ହେବ ନାହିଁ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.