ନୂଆଦିଲ୍ଳୀ, ୨୬/୧୧: ତାଇଓ୍ବାନରେ ବଡ଼ ଅସ୍ଥିରତା ଦେଖିବାକୁ ମିଳିଛି। ରାଷ୍ଟ୍ରପତି ତ୍ସାଇ ଇଙ୍ଗ-ଓ୍ବେନ ମୋକ୍ରାଟିକ୍ ପ୍ରୋଗେସିଭ୍ ପାର୍ଟୀ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ଏଭଳି ସମୟରେ ଆସିଛି ଯେତେବେଳେ ତାଙ୍କ ପାର୍ଟୀକୁ ସ୍ଥାନୀୟ ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତ୍ସାଇ ଶନିବାର ସନ୍ଧ୍ୟାରେ ନିଜ ଇସ୍ତଫା ପତ୍ର ଦେଇଛନ୍ତି। କୁହାଯାଉଛି ଯେ, ତାଇଓ୍ବାନରେ ବଡ଼ ପରାଜୟ ପରେ ପାର୍ଟୀ ମୁଖ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ଇସ୍ତଫା ସମୟରେ ସେ ନିଜ ସମର୍ଥକଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ସହ ସେ ନିଜକୁ ଏହି ପରାଜୟ ପାଇଁ ଦାୟୀ କରିଛନ୍ତି ଏବଂ କହିଛନ୍ତି ଯେ ଶନିବାର ହୋଇଥିବା ନିର୍ବାଚନରେ ଆଶାୟୀଙ୍କୁ ସେ ହିଁ ଚୟନ କରିଥିଲେ।
ତାଇଓ୍ବାନରେ ସ୍ଥାନୀୟ ଆଞ୍ଚଳିକ ନିର୍ବାଚନ ପାଇଁ ଶନିବାର ମତଦାନ ହୋଇଥିଲା। ଏହି ନିର୍ବାଚନକୁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରମୁଖ ରାଜନୀତିକ ଦଳ ପାଇଁ ଶକ୍ତି ପରୀକ୍ଷଣ ଭାବରେ ଦେଖାଯାଉଛି। ଅବଶ୍ୟ ମତଗଣନା ପରେ ସତ୍ତାଧାରୀ ପାର୍ଟୀକୁ ଝଟକା ଲାଗିଛି। ତାଇଓ୍ବାନ ନାଗରିକଙ୍କ ମତଦାନ ଜରିଆାରେ ସବୁ ୧୩ ଅଞ୍ଚଳରେ ଏବଂ ୯ ସହର, ନଗର ପରିଷଦ ସଦସ୍ୟ ତଥା ଅନ୍ୟ ସ୍ଥାନୀୟ ନେତାଙ୍କ ନିର୍ବାଚନ କରିଥିଲେ।