ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ରାଷ୍ଟ୍ରପତି ନିର୍ବାଚନ : ବିରୋଧୀଙ୍କ ପକ୍ଷରୁ କିଏ ହେବେ ରାଷ୍ଟ୍ରପତି ପ୍ରାର୍ଥୀ? ଜାଣନ୍ତୁ ଟପ୍‌ରେ ରହିଛି କେଉଁମାନଙ୍କ ନାଁ

10/06/2022 at 3:29 PM

ନୂଆଦିଲ୍ଲୀ ୧୦।୬:  ନିର୍ବାଚନ ଆୟୋଗ ରାଷ୍ଟ୍ରପତି ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି। ଖୁବ୍ ଶୀଘ୍ର ଶାସକ ଦଳ ଏନଡିଏ ତାଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ। ତେବେ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ନିଜର ପ୍ରାର୍ଥୀ ଛିଡା କରିବେ ନା ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ତାହା ହିଁ ଏବେକା ସମୟର ସବୁଠୁ ବଡ ପ୍ରଶ୍ନ। ତେବେ କଂଗ୍ରେସ ପାର୍ଟିର ଜନୈକ ବରିଷ୍ଠ ନେତାଙ୍କ ଅନୁସାରେ ରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥୀଙ୍କ ନାମ ନେଇ ବିରୋଧୀ ଦଳଙ୍କ ସହମତି ଲାଗି ଉଦ୍ୟମ କରିବେ।

କଂଗ୍ରେସ ଅନୁସାରେ ପ୍ରାର୍ଥୀ ହୁଏତ କଂଗ୍ରେସର ହୋଇପାରନ୍ତି ଅଥବା ତୃଣମୂଳ କଂଗ୍ରେସ (ଟିଏମସି) ର ହେଲେ ପ୍ରାର୍ଥୀଙ୍କୁ ନେଇ ସହମତି ଜରୁରି। ତେବେ କଂଗ୍ରେସ ପାର୍ଟି ପକ୍ଷରୁ ଗୁଲାମନବୀ ଆଜାଦଙ୍କ ନାମ ଚର୍ଚ୍ଚାରେ ଥିବା ଜଣାପଡିଛି। ଏ ନେଇ ପାର୍ଟି ପ୍ଲାଟଫର୍ମରେ ଆଲୋଚନା ହୋଇଥିବା ବେଳେ ତାଙ୍କ ନାମକୁ ନେଇ ସର୍ବସମ୍ମତି ଖୁବ୍ ସହଜ ହେବ। କାରଣ ଆଜାଦ ଦୀର୍ଘ ସମୟ ଧରି ରାଜ୍ୟସଭାରେ ବିରୋଧୀ ଦଳ ନେତା ରହିଥିବା ବେଳେ ବିପକ୍ଷ ସାଂସଦଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି। ତେବେ ଗୁଲାମନବୀଙ୍କ ନାମ ଏବେବି ଚୂଡାନ୍ତ ନୁହେଁ ବୋଲି କୁହାଯାଇଛି।

ଏଥିରେ ଯଦି କଂଗ୍ରେସ ପ୍ରାର୍ଥୀଙ୍କୁ ନେଇ ସର୍ବ ସମ୍ମତି ନ ହୁଏ ତେବେ   ଟିଏମସି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଆସିପାରେ। ଯଦି ଏହି ନାମ ଉପରେ ବାକି ପାର୍ଟି  ସମର୍ଥନ କରନ୍ତି ତେବେ କଂଗ୍ରେସ ମଧ୍ୟ ସମର୍ଥନରେ ଆସିପାରେ। ଏପରି ପରିସ୍ଥିତିରେ କଂଗ୍ରେସ ପାର୍ଟ ଦୃଢତାର ସହ ରାଷ୍ଟ୍ରପତି ନିର୍ବାଚନ ଲଢିପାରିବ। କଂଗ୍ରେସର ଜନୈକ ବରିଷ୍ଠ ନେତାଙ୍କ ଅନୁସାରେ ନିର୍ବାଚନ ଲାଗି ଏନଡିଏ ନିକଟରେ ୪୮.୫ ପ୍ରତିଶତ ଭୋଟ ରହିଛି। ଏଥିରେ ଅଣ ଏନଡିଏ ଦଳର ଭୋଟ ହାର ୫୧.୫ ପ୍ରତିଶତ। ଏଥିରେ କେବଳ ୟୁପିଏର ଭୋଟ ହାର ୨୪ ରୁ ୨୫ ପ୍ରତିଶତ ଥିବା ବେଳେ ସବୁ ବିରୋଧୀ ଦଳ ମିସିଗଲେ ୪୭ ପ୍ରତିଶତ ପାଖାପାଖି ଅଛନ୍ତି। ତେବେ ମୋଟ ନିର୍ବାଚନ ଓଡିଶାର ବିଜେଡି ଓ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସର ଭୋଟ ଉପରେ ନିର୍ଭର କରେ।

ବିଜେଡି ଏବଂ ୱାଇଏସଆର କଂଗ୍ରେସ ଭୋଟ ମିସି ୪ ପ୍ରତିଶତ ହେଉଛି। ଏଥିରେ ଯଦି ଦୁଇ ଦଳ ବିରୋଧୀ ଦଳଙ୍କ ପକ୍ଷରେ ରହି ଯାଆନ୍ତି ତେବେ ରାଷ୍ଟ୍ରପତି ବିରୋଧୀ ଦଳଙ୍କର ହେବେ। ତେବେ ଏହି ଭୋଟ ଏନଡିଏକୁ ମିଳିଗଲେ ଶାସକ ଦଳଙ୍କ ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚିତ ହେବା ନିଶ୍ଚିତ। ତେବେ ବିଜେଡି ଏବଂ ୱଇଏସଆରର ସମର୍ଥନ ବିରୋଧୀ ଏଥର ରାଷ୍ଟ୍ରପତି ନିର୍ବାଚନରେ ଆଶା କରିବା ନିରର୍ଥକ। କାରଣ କିଛି ଦିନ ପୂର୍ବରୁ ଉଭୟ ଦଳଙ୍କ ନେତା ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ।

ଏଣୁ କଂଗ୍ରେସ ଏଥର ମିଳିତ ବିରୋଧୀ ଦଳଙ୍କ ସହ ଆଲୋଚନା କରି ଏପରି ଜଣେ ବ୍ୟକ୍ତିତ୍ୱଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି ଯାହାଙ୍କ ନାମ ଉପରେ ସମସ୍ତେ  ଏକମତ  ହେବା ସହ ଏନଡିଏ ପ୍ରାର୍ଥୀଙ୍କୁ କଡା ଟକ୍କର ଦେଇ ପାରିବେ ବୋଲି କୁହାଯାଉଛି।   

   Related Posts