ଏଥର ବିଜେପି ଲାଗି ସହଜ ହେବନି ରାଷ୍ଟ୍ରପତି ନିର୍ବାଚନ,NDA ଯାହାକୁ ତାକୁ କରିପାରିବନି ରାଷ୍ଟ୍ରପତି,  ଜାଣନ୍ତୁ କାହିଁକି ?

Published By : Prameya-News7 Bureau | April 17, 2022 IST

ନୂଆଦିଲ୍ଲୀ ୧୭।୪: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇଛି। ହେଲେବି ନିରାଶ ହୋଇ ନାହାନ୍ତି ବିରୋଧୀ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ହେବାକୁ ଯାଉଛି।  ଆଗାମୀ ଜୁଲାଇ ମାସରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେବ । ଏଣୁ ବିରୋଧୀ ଏବେ ନିଜ ଗୋଟି ସେଟ୍‌ କରିବାରେ ଲାଗିପଡିଛନ୍ତି। ଗତ ୨୦୧୭ ଭଳି ରାଜନୈତିକ ପରିସ୍ଥିତି ଏବେ ନାହିଁ। ବିଜେପି ନେତୃତ୍ୱାଧୀନ ଏନଡିଏ ଏଥର ଚାହିଁଲେ ବି ନିଜର ବଳରେ ରାଷ୍ଟ୍ରପତିଙ୍କୁ  ନିର୍ବାଚିତ କରିପାରୁ  ନାହିଁ, ତେବେ କାହିଁକି ଆସନ୍ତୁ ଜାଣିବା।

ଜୁଲାଇ ୨୪ ତାରିଖ ପୂର୍ବରୁ ଦେଶର ନୂଆ ରାଷ୍ଟ୍ରପତିଙ୍କ ନିର୍ବାଚନ ହେବା ଦରକାର। କାରଣ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୨ରେ ସମାପ୍ତ ହେଉଛି। ରାଷ୍ଟ୍ରପତିଙ୍କ ନିର୍ବାଚନ ପରୋକ୍ଷା ଭୋଟଦାନରେ ହୋଇଥାଏ। ଯେଉଁଥିରେ ନିର୍ବାଚକ ମଣ୍ଡଳ ହିଁ ଆଗାମୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି। ରାଷ୍ଟ୍ରପତି ନିର୍ବାଚନରେ ନିର୍ବାଚକ ମଣ୍ଡଳୀ ସଂସଦର ଉଭୟ ସଦନ ସାଂସଦ ଓ ରାଜ୍ୟ ବିଧାନସଭା  ବିଧାୟକଙ୍କ ଭୋଟରେ ହୋଇଥାଏ। ଏଥିରେ ବିଧାୟକଙ୍କ ଭୋଟ ଠାରୁ ସାଂସଦଙ୍କ ଭୋଟର ମୂଲ୍ୟ ଅଧିକ ମନେ କରାଯାଏ। ସେହି ଅନୁସାରେ ବିଧାୟକଙ୍କ ପ୍ରତି ଭୋଟର ମୂଲ୍ୟ କେତେ ସେହି ରାଜ୍ୟର ଜନସଂଖ୍ୟା( ୧୯୭୧ଜନଗଣନା) ଆଧାରରେ ନିର୍ଦ୍ଧାରଣ ହୋଇଥାଏ।

ତେବେ ପ୍ରତ୍ୟେକ ସାଂସଦଙ୍କ ଭୋଟ ମୂଲ୍ୟ ୭୦୮ ଗଣାଯାଏ। ଏହି ହିସାବରୁ ଦେଖିବାକୁ ଗଲେ ଉତ୍ତରପ୍ରଦେଶ ନବ ନିର୍ବାଚିତ ବିଧାୟକଙ୍କ ପଲା ଏବେ ଭାରି ରହୁଛି। ୨୦୧୭ ମସିହା ରାଷ୍ଟ୍ରପତି ନିର୍ବାଚନରେ ଯେତେବେଳେ ରାମନାଥ କୋବିନ୍ଦ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ସେତେବେଳେ ଦେଶର ୨୧ ରାଜ୍ୟରେ ଏନଡିଏର ସରକାର ଥିଲା।  ଏଣୁ ରାମନାଥ କୋବିନ୍ଦ ୬୫.୬୫ ପ୍ରତିଶତ ଭୋଟ ପାଇ ରାଷ୍ଟ୍ରପତି ଭବନ ପହଞ୍ଚିଥିବା ବେଳେ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ମୀରା କୁମାରଙ୍କୁ ୩୪.୩୫ ପ୍ରତିଶତ ଭୋଟ ମିଳିପାରିଥିଲା।

{"id":615582,"width":839,"height":471,"sizeSlug":"full","linkDestination":"none"}

୧୭ ରାଜ୍ୟକୁ ହ୍ରାସ ହୋଇଛି ଏନଡିଏ
ତେବେ ୨୦୨୨ ରାଷ୍ଟ୍ରପତି ନିର୍ବାଚନ ବେଳକୁ ଯଦିଓ ସଂସଦରେ ବିଜେପି ୫ ବର୍ଷ ପୂର୍ବର ସ୍ଥିତି ଅପେକ୍ଷା ମଜଭୁତ ସ୍ଥିତିରେ ଅଛି, ତେବେ ପୂର୍ବ ଭଳି ୨୧ ରାଜ୍ୟରେ ଆଉ ସରକାର ନାହିଁ। ଏବେ ବିଜେପି ଓ ଏନଡିଏ ୧୭ ରାଜ୍ୟକୁ ହ୍ରାସ ହୋଇଥିବା ବେଳେ ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନ, ଛତିଶଗଡ ଓ ଝାରଖଣ୍ଡ ଆଦି ରାଜ୍ୟ ହାତରୁ ଖସି ଯାଇଛନ୍ତି। ଶେହିପରି  ନିକଟରେ ଶେଷ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ବିରୋଧୀଙ୍କ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବଢିଛି।

ସାଥୀ ଛାଡିଯାଇଛନ୍ତି ମେଣ୍ଟ
ଏହାଛଡା ଶିବସେନା, ଟିଡିପି ଓ ଅକାଳୀଦଳ ବିଜେପି ମେଣ୍ଟରୁ ଦୂରେଇଯାଇଛନ୍ତି। ଏବେ ଯଦିଓ ଜେଡିୟୁ ବିହାରରେ ବିଜେପି ସହ ମିଶି ସରକାର କରିଛି ୨୦୧୭ ମସିହାରେ ରାଜ୍ୟର ପୂର୍ବତନ ରାଜ୍ୟପାଳ ହିସାବରେ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିଥିଲା।

ଅଙ୍କ ଗଣିତରେ ବିରୋଧୀଙ୍କ ପଲା ଭାରି
୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ମୋଟ ଭୋଟ ମୂଲ୍ୟ ପାଖାପାଖି ୧୦.୯ ଲକ୍ଷ ରହିବ। ଏଥିରେ ରାଜ୍ୟ ସଭାର ୨୩୪ ଓ ଲୋକସଭାର ୫୩୯ ସାଂସଦଙ୍କ ମଧ୍ୟରୁ ପ୍ରତ୍ୟେକ ସାଂସଦଙ୍କ ଭୋଟ ମୂଲ୍ୟ ଯଦି ୭୦୮ ହିସାବରେ ଗଣନା କରାଯାଏ ତ ମୋଟ ଭୋଟ ସଂଖ୍ୟା ୫,୪୭,୨୮୪ ହେବ। ଏହି ହିସାବରେ ଦେଖିବାକୁ ଗଲେ ଏନଡିଏ ହାତରେ ମୋଟ ୪୮.୯ ପ୍ରତିଶତ ନିର୍ବାଚନକ ମଣ୍ଡଳର ଯୋଗାଡ ହୋଇପାରୁଥିବା ବେଳେ ବିରୋଧୀଙ୍କ ୫୧.୧ ପ୍ରତିଶତ ନିର୍ବାଚକ ମଣ୍ଡଳ ରହୁଥିବାର ହିସାବ କହୁଛି। ଏହି ହିସାବରେ ଦେଖିଲେ ଏନଡିଏର ପଲା ୨.୨ପ୍ରତିଶତ ଅଙ୍କରେ ହାଲୁକା ରହୁଛି।  ଏଣୁ ବିରୋଧୀଙ୍କ ସହମତିରେ ହୁଏତ ପ୍ରାର୍ଥୀ ଦେଇପାରନ୍ତି ନଚେତ ବିରୋଧୀଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.