ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି, ଦୁଇ ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

Published By : Prameya-News7 Bureau | November 20, 2023 IST

ବାରିପଦା ୨୦।୧୧ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜ ଜିଲ୍ଲା ମୟୂରଭଞ୍ଜକୁ ଆସୁଛନ୍ତି ମହାମହିମ। ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ରାଷ୍ଟ୍ରପତି ନୂଆ ଟ୍ରେନର ଶୁଭାରମ୍ଭ କରିବା ସହ ନିଜେ ବାଦାମପାହାଡ ଷ୍ଟେସନରୁ ଟ୍ରେନରେ ବସି ରାଇରଙ୍ଗପୁର ଯାତ୍ରା କରିବେ। ଏସବୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି।

{"id":871902,"sizeSlug":"full","linkDestination":"none"}

ମୟୂରଭଞ୍ଜ ଆସୁଛନ୍ତି ମହାମହିମ । ସୋମବାର ପୂର୍ବାହ୍ଣ ୧୧ଟା ୨୫ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ବାରିପଦାରେ ପହଞ୍ଚିବେ ରାଷ୍ଟ୍ରପତି । ଗସ୍ତକୁ ନେଇ ପ୍ରଶାସନ ତତ୍ପର । ପ୍ରସ୍ତୁତି କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । ସମୟ ଯେତିକି ପାଖେଇ ଆସୁଛି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି। ବାରିପଦାରେ ପହଞ୍ଚି ପ୍ରଥମେ ସହିଦ ସ୍ମୃତି ଭବନରେ ହେବାକୁ ଥିବା ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ବାରିପଦାରେ ମଧ୍ୟାନ୍ନ ଭୋଜନ ପରେ କୁଳିଅଣା ବ୍ଲକ ବର୍ତ୍ତନାରେ ଦିନ ୨.୩୫ ମିନିଟ୍‌ରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦ୍‌ଘାଟନ କରିବେ । ୩.୧୫ ମିନିଟରେ ରାଇରଙ୍ଗପୁର ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ପରିବାର ଲୋକଙ୍କ ସହ ଭୋଜନ ସହିତ ରାତ୍ରିଯାପନ କରିବେ।

{"id":871898,"sizeSlug":"full","linkDestination":"none"}

ଏହାପରେ ମଙ୍ଗଳବାର ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ଟ୍ରେନର ଶୁଭାରମ୍ଭ କରିବେ। ନିଜେ ବାଦାମପାହାଡ ଷ୍ଟେସନରୁ ଟ୍ରେନରେ ବସି ରାଇରଙ୍ଗପୁର ଯାତ୍ରା କରିବେ। ସେଥିପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି । ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରାରେ ଯେପରି କୌଣସି ତ୍ରୁଟି ନହୁଏ ସେଥିପାଇଁ ରେଳ ଇଞ୍ଚିନିୟରଙ୍କ ସହ ଜିଏମ୍, ଡିଆରଏମ୍ ରେଳ ଲାଇନ୍ ଓ ଷ୍ଟେସନର କାର୍ଯ୍ୟ ତଦାରଖ କରିଛନ୍ତି। ଜନ୍ମ ମାଟିରେ ମହାମହିମଙ୍କ ସ୍ୱାଗତ ପାଇଁ ସମସ୍ତେ ପ୍ରସ୍ତୁତ । ରାସ୍ତାଘାଟ ଓ ରେଲୱେ ଷ୍ଟେସନକୁ ଚକାଚକ୍ କରାଯାଉଛି । ମହୁଲଡିହା ଡାକବଙ୍ଗଳାରେ ବିଭିନ୍ନ ବିଶେଷ ଓ ସଂଗଠନ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିବାରୁ ଡାକବଙ୍ଗଳା ମଧ୍ୟ ଚକାଚକ୍ ହୋଇଛି।

wp:embed {"url":"https://www.prameyanews7.com/kangana-ranaut-announced-her-new-film/","type":"wp-embed","providerNameSlug":"prameya-news-7"}
https://www.prameyanews7.com/kangana-ranaut-announced-her-new-film/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.