ଗୁରୁବାର ରାଷ୍ଟ୍ରପତିଙ୍କ କେନ୍ଦୁଝର ଗସ୍ତ, ନୋ ଫ୍ଲାଇଂ ଜୋନ୍ ଘୋଷଣା ସହ ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | February 28, 2024 IST

କେନ୍ଦୁଝର ୨: ଗୁରୁବାର କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁବାର ରାଷ୍ଟ୍ରପତି ଦିନ ୧୦ଟା ୪୦ ମିନିଟ୍ ରେ ରାଇସୁଆଁରେ ଅବତରଣ କରିବା ପରେ ସେଠାରୁ କାର୍ ଯୋଗେ ଗୋନାସିକା ଯାଇ ଦିନ ୧୨ଟାରେ ପହଞ୍ଚିବେ । ସେଠାରେ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଷରରେ ମହାମହିମ ରାଷ୍ଟ୍ରପତି ଏକ ସଭାରେ ଯୋଗଦେବାକୁ ଥିବାବେଳେ, ଏହି ସଭାରେ ୫ଟି ଗାଁର ଜୁଆଙ୍ଗ ସମ୍ପ୍ରଦାୟର ଲୋକେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ନୃତ୍ୟଗୀତରେ ଭବ୍ୟ ସ୍ବାଗତ କରାଯାଇଛି ।

ଏହାପରେ ରାଷ୍ଟ୍ରପତି ଗୁପ୍ତଗଙ୍ଗା, ବ୍ରହ୍ମେଶ୍ବର ମନ୍ଦିର ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି । ଦିନ ୩ଟା ବେଳେ ରାଷ୍ଟ୍ରପତି କେନ୍ଦୁଝରରେ ଧରଣୀଧର ବିଶ୍ବବିଦ୍ୟାଳୟରେ ଜନଜାତିଙ୍କର ଏକ ୨ଦିନିଆ ପ୍ରଦର୍ଶନୀ ଓ ଆଲୋଚନାଚକ୍ରକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ୪ଟା ୧୦ମିନିଟ୍ରେ ରାଇସୁଆଁରୁ ଭୁବନେଶ୍ବର ଅଭିମୁଖେ ଫେରିଯିବେ ।

ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି କେନ୍ଦୁଝର ଜିଲ୍ଲାପାଳ । ଏଥିପାଇଁ ବିମାନ ବନ୍ଦରରେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବମ୍ ସ୍କ୍ବାଡ୍ ଓ ସନ୍ଧାନୀ କୁକୁର ସମଗ୍ର ଅଞ୍ଚଳକୁ ତନ୍ନ ତନ୍ନ କରି ତଲାସୀ କରୁଛନ୍ତି । ରାଷ୍ଟ୍ରପତିଙ୍କ ଯିବା ଆସିବା ରାସ୍ତା ଓ ସଭାସ୍ଥଳ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯିବା ସହ ଖଣି ପରିବହନ ଉପରେ ଦୁଇ ଦିନ ପାଇଁ କଟକଣା ଲଗାଯାଇଛି । ରାଷ୍ଟ୍ରପତିଙ୍କ କାରକେଡ୍ ଯିବା ରାସ୍ତାରେ ପ୍ରଶାସନ ପକ୍ଷରୁ ରିହଲସଲ କରାଯାଇଛି ।

You Can Read :

wp:embed {"url":"https://www.prameyanews7.com/demand-to-remove-keuta-kaibarta-dhibar-from-scheduled-caste-list/","type":"wp-embed","providerNameSlug":"prameya-news-7"}
https://www.prameyanews7.com/demand-to-remove-keuta-kaibarta-dhibar-from-scheduled-caste-list/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.