ମୟୁରଭଞ୍ଜ ଖିଚିଂରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମା’ କିଚକେଶ୍ବରୀ ମନ୍ଦିରରେ କରିବେ ପୂଜାର୍ଚ୍ଚନା

Published By : Prameya-News7 Bureau | February 28, 2024 IST

ବାରିପଦା ୨: ଓଡ଼ିଶାରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ମୟୂରଭଞ୍ଜ ଜିଲ୍ଲା ପାଣ୍ତ୍ରସୁଲ ସ୍ଥିତ ହେଲିପ୍ୟାଡରେ ଅବତରଣ କଲେ ରାଷ୍ଟ୍ରପତି । ହେଲିପ୍ୟାଡ୍‌ରେ ଅବତରଣ ପରେ ଖିଚିଂରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । କିଛି ସମୟ ମଧ୍ୟରେ ଖିଚିଂ ସ୍ଥିତ ମା’ କିଚକେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ।

{"id":914835,"sizeSlug":"full","linkDestination":"none"}

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଷ୍ଟ୍ରପତି ଭବନରୁ ଆସିଥିବା ୬୦ରୁ ଉର୍ଦ୍ଧ୍ୱ ଅଧିକାରୀ ମଧ୍ୟ ମା’ଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ମନ୍ଦିରରେ ରାଷ୍ଟ୍ରପତିଙ୍କ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି ।

You Can Read :

wp:embed {"url":"https://www.prameyanews7.com/nursing-home-could-not-use-the-ultrasound-machine-until-a-doctor-was-appointed-in-jeypore/","type":"wp-embed","providerNameSlug":"prameya-news-7"}
https://www.prameyanews7.com/nursing-home-could-not-use-the-ultrasound-machine-until-a-doctor-was-appointed-in-jeypore/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.