ବ୍ୟାଡମିଣ୍ଟନ କୋର୍ଟରେ ଅଲିମ୍ପିକ ବିଜେତାଙ୍କୁ ଆହ୍ୱାନ ଦେଲେ ପ୍ରେସିଡେଣ୍ଟ, ସଟଲ କୁଇନଙ୍କ ସହ ମୁକାବିଲା

Published By : Prameya-News7 Bureau | July 11, 2024 IST

ନୂଆଦିଲ୍ଲୀ ୧୧/୦୭: ବ୍ୟାଡମିଣ୍ଟନ କୋର୍ଟରେ ଖୁବ ଝାଲ ବୁହାିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୁଧବାର ଦିନ ରାଷ୍ଟ୍ରିପତି ଭବନର ବ୍ୟାଡମିଣ୍ଟନ କୋର୍ଟରେ ଭେଟେରାନ ସଟଲର ତଥା କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ସାଇନା ନେହୱାଲଙ୍କ ସହ ଚାଲିଥିଲା ବ୍ୟାଡମିଣ୍ଟନ ମୁକାବିଲା । 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାଇନାଙ୍କର ହୋଇଥିଲା କଡ୍ଡ ମୁକାବିଲା ।  ଜଣେ ଅଭିଜ୍ଞ ଖେଳାଳିଙ୍କ ପରି ଅନେକ ସଟ୍ ମାରିଥିଲେ ମ୍ୟାଡାମ ପ୍ରେସିଡେଣ୍ଟ । ଏମିତି ହୋଇଥିଲା କି, ସାଇନା ନେହୱାଲଙ୍କୁ ମଧ୍ୟ ଅନେକ ଥର ପରାସ୍ତ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । 

ଏହାପୂର୍ବରୁ ବୁଧବାର ଦିନ ରାଷ୍ଟ୍ରପତି ମୁର୍ମୁ ରାଷ୍ଟ୍ରପ୍ରତି ଭବନରେ ସମ୍ମାନଜନକ ଡୁରଣ୍ଡ କପ୍, ରାଷ୍ଟ୍ରପତିଙ୍କ କପ୍ ଏବଂ ଶିମଲା ଟ୍ରଫି ଉନ୍ମୋଚନ କରିଥିଲେ । ରାଷ୍ଟ୍ରପତିଙ୍କ ସଚିବାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟରେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଏହି ପ୍ରେରଣାଦାୟକ ପଦକ୍ଷେପ ଏକ ସମୟରେ ବ୍ୟାଡମିଣ୍ଟନ ସୁପର ପାୱାର ଭାବରେ ଭାରତର ଆବିର୍ଭାବ ସହିତ ମେଳ ଖାଉଛି ଯେତେବେଳେ ମହିଳା ଖେଳାଳି ବିଶ୍ୱ ସ୍ତରରେ ଏକ ବଡ ପ୍ରଭାବ ପକାଉଛନ୍ତି। 


ମୁର୍ମୁ ଏବଂ ନେହୱାଲଙ୍କ ମ୍ୟାଚର ଚିତ୍ର ସେୟାର କରିବାବେଳେ ସେ ଲେଖିଛନ୍ତି, 'ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଖେଳ ପ୍ରତି ସ୍ୱାଭାବିକ ପ୍ରକୃତି ଦେଖିବାକୁ ମିଳିଥିଲା ।  ସାଇନା ଆହୁରି କହିଛନ୍ତି କି, ରାଷ୍ଟ୍ରପତିଙ୍କ ସହ ଖେଳିବାର ସୁଯୋଗ ପାଇ ମୁଁ ବହୁତ ଖୁସି । ନେହେୱାଲ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, "ଭାରତର ରାଷ୍ଟ୍ରପତିଙ୍କ ସହ ଖେଳିବା ମୋ ପାଇଁ ଗୌରବର ବିଷୟ । ଆଜିର ଦିନ ମୋ ଜୀବନରେ ସ୍ମରଣୀୟ ଦିନ । ମୋ ସହ ବ୍ୟାଡମିଣ୍ଟନ ଖେଳିଥିବାରୁ ରାଷ୍ଟ୍ରପତିଙ୍କୁ ଅଶେଷ ଧନ୍ୟବାଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.