ବାଦାମପାହାଡରେ ୩ ଟ୍ରେନ୍‌ର ଶୁଭାରମ୍ଭ ସହ ରାଇରଙ୍ଗପୁରରେ ଡାକ ଟିକଟର ଉନ୍ମୋଚନ କଲେ ରାଷ୍ଟ୍ରପତି

Published By : Prameya-News7 Bureau | November 21, 2023 IST

କରଞ୍ଜିଆ ୨୧।୧୧: ମହାମହିମ ରାଷ୍ଟ୍ରପତିଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ ସାରି ସମ୍ବଲପୁର ଅଭିମୁଖେ ଯାଇଛନ୍ତି ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ସକାଳ ୮ଟା ୩୫ ମିନିଟରେ ନିଜ ଗାଁ ପାହାଡ଼ପୁରରେ ପହଞ୍ଚି ପ୍ରଥମେ ତାଙ୍କ ସ୍ବାମୀ ସ୍ବର୍ଗତ ଶ୍ୟାମଚରଣ ମୂର୍ମୁଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ସେଠାରେ ଥିବା ଦକ୍ଷତା ବିକାଶ ଟ୍ରେନିଂ ସେଣ୍ଟରର ଶୁଭ ଉଦ୍ଘାଟନ କରିଥିଲେ । ସେଠାରୁ ତାଙ୍କ ଦ୍ବାରା ପ୍ରତିଷ୍ଠିତ SLS ଆବାସିକ ବିଦ୍ୟାଳୟକୁ ଯାଇ ସ୍କୁଲ ପିଲା ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ।

{"id":872669,"sizeSlug":"full","linkDestination":"none"}

ଅଧଘଣ୍ଟା କାର୍ଯକ୍ରମ ପରେ ସେ ବାଦାମପାହାଡ଼ ଯାଇ ଅମୃତ ଷ୍ଟେସନ ସହ ତିନୋଟି ନୂତନ ଟ୍ରେନର ଶୁଭାରମ୍ଭ କରି ଟ୍ରେନ ଯୋଗେ ରାଇରଙ୍ଗପୁର ଆସିଥିଲେ । ସେଠାରେ ଥିବା ଡାକଘରେ ନୂତନ ଡାକଟିକଟ ଉନ୍ମୋଚନ କରିସାରି ଦାଣ୍ଡବୋଷରୁ ବାୟୁସେନାର ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଥିଲେ । ଏହି ନୂତନ ଟ୍ରେନ ଚଳାଚଳ, ଦକ୍ଷତାବିକାଶ ଟ୍ରେନିଂ ସେଣ୍ଟର ଶୁଭାରମ୍ଭ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

You Can Read :

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.