ଭୁବନେଶ୍ୱର, ୨୬।୧୧: ଓଡ଼ିଶାରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ସୋମବାର ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ।
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରାଦୀପ ଗସ୍ତକୁ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏଥିପାଇଁ ଜଗତସିଂହପୁର ଏସପିଙ୍କ ସହିତ ୫ ଜଣ ଏସପି, ୧୩ ଜଣ ଡିଏସପିଙ୍କ ସମେତ ୩୦ ପ୍ଲାଟୁନପୋଲିସ ଫୋର୍ସ ମୁତୟନ ରହିବେ ।
ରବିବାର ଡେମୋ କରାଯିବା ସହିତ ଅନ୍ୟାନ୍ୟ ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ କରାଯାଇଛି। ଶନିବାରଠାରୁ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂ ପାରାଦୀପରେ ପହଁଚି ପୋଲିସ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ବିଭିନ୍ନ ଅଫିସରଙ୍କୁ ଭିନ୍ନ ଭିନ୍ନ ଦାୟିତ୍ବ ପ୍ରଦାନ କରିଛନ୍ତି।