୧୦ ରାଜ୍ୟରେ ନୂଆ ରାଜ୍ୟପାଳ; ପଞ୍ଜାବ ଓ ଚଣ୍ଡିଗଡ଼ର ଗଭର୍ଣ୍ଣର ହେଲେ ଗୁଲାବ ଚାନ୍ଦ କଟରିଆ

Published By : Prameya-News7 Bureau | July 28, 2024 IST

ନୂଆଦିଲ୍ଲୀ: ୧୦ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ପଞ୍ଜାବ ଓ ଚଣ୍ଡିଗଡ଼ର ନୂଆ ରାଜ୍ୟପାଳ ହୋଇଛନ୍ତି ଗୁଲାବ ଚାନ୍ଦ କଟରିଆ । ସେ ପୂର୍ବରୁ ଆସାମ ରାଜ୍ୟପାଳ ଥିଲେ । ସେହିପରି ହରିଭାଓ କିଷାନରାଓ ବାଗ୍‌ଦେଙ୍କୁ ରାଜସ୍ଥାନର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ଜିଷ୍ଣୁଦେବ ବର୍ମା ତେଲେଙ୍ଗାନାର ରାଜ୍ୟପାଳ ହୋଇଛନ୍ତି । ସନ୍ତୋଷ କୁମାର ଗାଙ୍ଗୱାର ହେଲେ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଛନ୍ତି । ଓମ୍ ପ୍ରକାଶ ମାଥୁରଙ୍କୁ ସିକ୍କିମ୍‌ ଗଭର୍ଣ୍ଣର ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଛତିଶଗଡର ରାଜ୍ୟପାଳ ହେଲେ ରାମେନ ଡେକା । ସି.ଏଚ ବିଜୟଶଙ୍କର ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି ।

ଝାଡ଼ଖଣ୍ଡର ରାଜ୍ୟପାଳ ଏବଂ ତେଲଙ୍ଗାନାର ଅତିରିକ୍ତ ଦାୟିତ୍ବରେ ଥିବା ସି.ପି. ରାଧାକୃଷ୍ଣଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସିକ୍କିମ୍ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମ ଗଭର୍ଣ୍ଣର ଭାବେ ଅବସ୍ଥାପିତ କରାଯାଇଛି ଏବଂ ତାଙ୍କୁ ମଣିପୁରର ଅତିରିକ୍ତ ଦାୟିତ୍ବ ମଧ୍ୟ ଦିଆଯାଇଛି । ଅନ୍ୟପଟେ ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ।..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.