କଟକ ଆସୁଛନ୍ତି ମହାମହିମ, ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଖାନନଗରରୁ ପୋଲିସ କଲୋନୀ ମାନବ ଶୃଙ୍ଖଳ

Published By : Prameya-News7 Bureau | March 01, 2024 IST

କଟକ ୦୧/୦୩: ଆଜି କଟକ ଆସୁଛନ୍ତି ରା୍ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।କଟକରେ ଆଜି ଅପରାହ୍ନ ୪ଟା ଵେଳେ ରାଷ୍ଟ୍ରପତି ଓଡିଶାରେ ଵ୍ରହ୍ମାକୁମାରୀ ଇଶ୍ଵରୀୟ ଵିଶ୍ବଵିଦ୍ୟାଳୟର ସେଵାର ପଚାଶ ଵର୍ଷ ପୂର୍ତ୍ତି ଉତ୍ସଵରେ ଯୋଗ ଦେଵେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

wp:html /wp:html

ଏହି ଅବସରରେ ଆଜି ସକାଳୁ ଵ୍ରହ୍ମାକୁମାରୀ ଭାଇ ଭଉଣୀ ମାନଙ୍କ ତରଫରୁ କଟକରେ ଏକ ଵିଶାଳ ମାନବ ଶୃଙ୍ଖଳ କରାଯାଇଥିଲା।କଟକ ଖାନନଗର ମଲାଚଣ୍ଡିଆ ଛକ ଠାରୁ ପୋଲିସ କଲୋନୀ ପର୍ଯ୍ୟନ୍ତ ଏହି ମାନବ ଶୃଙ୍ଖଳ କରାଯାଇଥିଲା। ମଣିଷ ସମାଜ ପ୍ରତ୍ୟକ ନିଜ ନିଜ ହାତ ଧରି ଆଗେଇଲେ ଏକ ସୁନ୍ଦର ଓ ସୁସ୍ଥ ସମାଜ ଗଠନ ହୋଇପାରିଵ।

wp:embed {"url":"https://www.prameyanews7.com/president-visit-berhampur-university/","type":"wp-embed","providerNameSlug":"prameya-news-7"}
https://www.prameyanews7.com/president-visit-berhampur-university/
/wp:embed

ଏହି ଭାବନାକୁ ପ୍ରତିଫଳିତ କରିବା ପାଇଁ ଏହି ମାନବ ଶୃଙ୍ଖଳ କରାଯାଇଥିଲା ଵୋଲି ଵ୍ରହ୍ମାକୁମାରୀ ସଂସ୍ଥା ପକ୍ଷରୁ କୁହାଯାଇଛି। ଏହା ସହ ଇଣ୍ଡୋର ଷ୍ଟାଡିୟମରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ରାଷ୍ଟ୍ରପତିଙ୍କ ସ୍ଵାଗତ ପାଇଁ ଵ୍ରହ୍ମାକୁମାରୀ ପକ୍ଷରୁ ସୁନ୍ଦର ଵ୍ୟଵସ୍ଥା କରାଯାଇଛି।

you can also read..

wp:embed {"url":"https://www.prameyanews7.com/primary-teachers-who-have-passed-otet-will-be-ex-cadre-assistant-teachers/","type":"wp-embed","providerNameSlug":"prameya-news-7"}
https://www.prameyanews7.com/primary-teachers-who-have-passed-otet-will-be-ex-cadre-assistant-teachers/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.