ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ମାନବାଧିକାର ଦିବସ ଅବସରରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରିଛନ୍ତି । ସେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଗରିବ ଦେଶର ଲୋକେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପରିବେଶ ଉପରେ ପଡୁଥିବା ପ୍ରଭାବର ଭାରି ମୂଲ୍ୟ ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି । ସମାଜକୁ ପରିବେଶ ନ୍ୟାୟ ଉପରେ ବିଚାର କରିବାର ଆବଶ୍ୟକତା ଥିବା ସେ କହିଛନ୍ତି ।
କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ସେ କହିଥିଲେ ଯେ ମଣିଷଙ୍କୁ ପ୍ରକୃତି ଏବଂ ଜୈବ ବିବିଧତା ସହ ସମ୍ମାନର ସହ ବ୍ୟବହାର ଶିଖିବା ଦରକାର ଏବଂ ଏହାର ଅନୁସରଣ କରିବା ଦରକାର । ଏହାସହ ସେ କହିଥିଲେ ଯେ ଆମେ ପରିବେଶ ଏବଂ ଗୋରୁଙ୍କ ସହ ଜଡିତ ମାନବାଧିକାରକୁ ଦଳି ଦିଆଯାଉଛି । ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
ସବୁ ପ୍ରାଣୀଙ୍କ ସହ ସମାନ ବ୍ୟବହାର ଉପରେ ମତ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ମୁଁ ପଚାରିବାକୁ ଚାହୁଁଛି ଯେ ଯଦି ଆମ ଆଖପାଖର ଜୀବଜନ୍ତୁ ଏବଂ ଗଛ କଥା କହିପାରିଥାନ୍ତି ତେବେ ସେମାନେ ଆମକୁ କଣ କହିଥାନ୍ତେ...ଆମର ନଦୀଗୁଡିକ ମାନବ ଇତିହାସ ବିଷୟରେ କଣ କହିଥାନ୍ତେ ଏବଂ ଆମ ଗୋରୁ ମାନବାଧିକାର ବିଷୟରେ କଣ କହିଥାନ୍ତେ । ଆମେ ଦୀର୍ଘ ଦିନରୁ ସେମାନଙ୍କ ଅଧିକାରକୁ ଦଳି ଚାଲିଛୁ ଏବଂ ପରିଣାମ ଆମ ସାମନାରେ ରହିଛି । ଆମକୁ ସବୁ ପ୍ରାଣୀ ଏବଂ ସେମାନଙ୍କ ବାସ ସ୍ଥାନ ସହ ସମ୍ମାନର ସହ ବ୍ୟବହାର କରିବା ଦରକାର ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ପ୍ରକୃତି ସହ ସମ୍ମାନର ସହ ବ୍ୟବାହର କରିବା ଆମର କେବଳ ନୈତିକ ଦାୟିତ୍ୱ ନୁହେଁ ବରଂ ଆମ ନିଜର ଅସ୍ତିତ୍ୱ ପାଇଁ ମଧ୍ୟ ଆବଶ୍ୟକ ଅଟେ ।