ଜଟଣୀ ୦୯।୦୭: ମଙ୍ଗଳବାର ଜଟଣୀ ସ୍ଥିତ ନାଇଜରର ୧୩ତମ ସ୍ନାତକ ସମାରୋହରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ । ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅତିଥି ଭାବେ ଯୋଗଦେବେ। ନାଇଜର ପରିଚାଳନା କମିଟିର ଅଧ୍ୟକ୍ଷ ଡ. ଅଜିତ ମହାନ୍ତିଙ୍କ ପୌରୋହିତ୍ୟରେ ସମାରୋହ ଅନୁଷ୍ଠିତ ହେବ।
ସମାରୋହରେ ୧୫୬ ଜଣଙ୍କୁ ସ୍ନାତକ, ୨୧ ଜଣଙ୍କୁ ଏମ୍ଏସ୍ସି-ପିଏଚ୍ଡି ଓ ୭୦ ଜଣଙ୍କୁ ପିଏଚ୍ଡି ଡିଗ୍ରୀ ଦିଆଯିବ ବୋଲି ନାଇଜର ରେଜିଷ୍ଟ୍ରାର ଡ. ଅଭୟ କୁମାର ନାୟକ କହିଛନ୍ତି । ରସାୟନ ବିଭାଗର ଛାତ୍ର ପ୍ରଣୟ ମହାନ୍ତି ସ୍ୱର୍ଣ୍ଣପଦକ ପାଇବେ । ଏହାସହିତ ୧୧ ଜଣଙ୍କୁ ବିଭିନ୍ନ ପଦକ ପ୍ରଦାନ କରାଯିବ । ପ୍ରଥମ ଥର ପାଇଁ ନାଇଜର ଭୁବନେଶ୍ୱରରେ କୌଣସି ରାଷ୍ଟ୍ରପତି ଆଗମନ କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷାର ବନ୍ଦୋବସ୍ତ ହୋଇଥିବା ବେଳେ ଏନେଇ ଖୋର୍ଦ୍ଧା ଅତିରିକ୍ତ ଜ଼ିଲ୍ଲାପାଳ ପ୍ରତାପ ବେଉରା ନାଇଜର କର୍ତ୍ତୃପକ୍ଷଙ୍କ ସହ ତଦାରଖ କରିଛନ୍ତି ।