ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ, କହିଲେ ବାବା ସାହେବଙ୍କ ଋଣୀ ରହିବ ରାଷ୍ଟ୍ର
25/01/2023 at 7:49 PM

ନୂଆଦିଲ୍ଲୀ, ୨୫/୦୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୪ ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ନିଜ ସମ୍ବୋଧନରେ ରାଷ୍ଟ୍ରପତି ଦେଶ ବିଦେଶରେ ରହୁଥିବା ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ‘ଯେତେବେଳେ ଆମେ ଗଣତନ୍ତ୍ର ଦିବସ ପାଳନ କରୁ ସେତେବେଳେ ଏକ ଦେଶ ଭାବରେ ଆମେ ମିଳିମିଶି ଯେଉଁ ଉପଲବ୍ଧି ପାଇଥାଉ ତାହାର ଉତ୍ସବ ପାଳନ କରୁ।
‘ବିବିଧ ଭାଷା ଆମକୁ ବିଭାଜିତ ନୁହେଁ ଏକାଠି କରିଛି’
ରାଷ୍ଟ୍ରପତି କହିଛନ୍ତି ‘ଆମେ ସବୁ ଏକ। ଆମେ ସମସ୍ତେ ଭାରତୀୟ। ଏତେ ସବୁ ଭାଷା ଆମକୁ ବିଭାଜିତ ହୋଇନାହୁଁ ବରଂ ଆମକୁ ଯୋଡ଼ିଛି। ଏଥିପାଇଁ ଆମେ ଗଣତାନ୍ତ୍ରିକ ରାଜ୍ୟ ଭାବରେ ସଫଳ ହୋଇଛନ୍ତି। ଏହା ଭାରତର ମୂଳ ତତ୍ତ୍ବ। ଭାରତ ଏକ ଗରିବ ଏବଂ ନିରକ୍ଷର ଦେଶ ସ୍ଥିତିରୁ ଆଗକୁ ବଢ଼ି ବିଶ୍ବ ମଞ୍ଚରେ ଏକ ଆତ୍ମବିଶ୍ବାସରେ ଭରା ଦେଶର ସ୍ଥାନ ନେଇଛି। ସମ୍ବିଧାନ-ନିର୍ମାତାଙ୍କ ସାମୂହିକ ବୁଦ୍ଧିମତାରୁ ମିଳିଥିବା ମାର୍ଗଦର୍ଶନ ବିନା ଏହା ସମ୍ଭବ ନଥିଲା।’
‘ଆମେ ମହାକାଶରେ ପହଞ୍ଚିଥଲେ ପାଦ ମାଟିରେ ରଖିଛୁ’
ଆମେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ଉପଲବ୍ଧତା ଉପରେ ଗର୍ବ ଅନୁଭବ କରୁଛୁ। ମହାକାଶ ପ୍ରଯୁକ୍ତିରେ ଭାରତ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ରହିଛି। ଗଗନଯାନ କାର୍ଯ୍ୟକ୍ରମ ଜାରି ରହିଛି। ଏହା ମହାକାଶକୁ ଯାତ୍ରୀଙ୍କୁ ନେଇ ଯିବ। ରାଷ୍ଟ୍ରପତି କହିଛନ୍ତି ଆମେ ମହକାଶରେ ପହଞ୍ଚିଥିଲେ ବି ଆମ ପାଦ ମାଟିରେ ରଖିଛୁ।
‘ପୁରୁଷଙ୍କ ମଧ୍ୟରେ ସମାନତା ଏବେ କେବଳ ନାରାରେ ସୀମିତ ରହିନାହିଁ’
ମହିଳା ସଶକ୍ତିକରଣ ଉପରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଭାରତର ମଙ୍ଗଳ ମିଶନ ଅସାଧାରଣ ମହିଳାଙ୍କ ଏକ ଟିମ୍ ଦ୍ବାରା ପରିଚାଳିତ ହୋଇଥିଲା। ଅନ୍ୟ କ୍ଷେତ୍ରରେ ମଧ୍ୟ ଝିଅ ଭଉଣୀ ମାନେ ଏବେ ପଛରେ ନାହାଁନ୍ତି। ମହିଳା ସଶକ୍ତିକରଣ ଏବଂ ପୁରୁଷଙ୍କ ମଧ୍ୟରେ ସମାନତା ଏବେ କେବଳ ନାରାରେ ସୀମିତ ରହିନାହିଁ।
କୋଭିଡ୍ ସତ୍ତେ୍ବ ବି ବଢ଼ିଛି ଆର୍ଥିକ ଅଭିବୃଦ୍ଧି:
ରାଷ୍ଟ୍ରପତି ଆହୁରି କହିଛନ୍ତି ‘କୋଭିଡ୍ ମହାମାରୀ ସତ୍ତେ୍ବ ଅର୍ଥ ବ୍ୟବସ୍ଥାରେ ବୃଦ୍ଧି ହୋଇଛି। ଗତ ବର୍ଷ ଭାରତ ଦୁନିଆର ପଞ୍ଚମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହୋଇଥିଲା। ସକ୍ଷମ ନେତୃତ୍ବ ଏବଂ ପ୍ରଭାବୀ ସଂଘର୍ଷଶୀଳତା ଫଳରେ ଆମେ ଶୀଘ୍ର ମାନ୍ଦାବସ୍ଥାରୁ ବାହାରକୁ ବାହାରି ଆସିଥିଲେ ଏବଂ ଆମର ବିକାଶ ଯାତ୍ରା ପୁଣି ଆରମ୍ଭ କରିଥିଲେ।’
କୃଷକ, ଶ୍ରମିକ, ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କ ଭୂମିକାକୁ କଲେ ପ୍ରଶଂସା:
ଏହି ସମ୍ବୋଧନରେ ରାଷ୍ଟ୍ରପତି କୃଷକ, ଶ୍ରମିକ, ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ଯାହାଙ୍କର ସାମୂହିକ ଶକ୍ତି ଦେଶକୁ ‘ଜୟ ଯବାନ, ଜୟ କିସାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ’ର ଭାବନାକୁ ଆଗକୁ ବଢ଼ାଇବାରେ ସକ୍ଷମ କରୁଛି। ଦେଶର ପ୍ରଗତିରେ ଯୋଗଦାନ ଦେଉଥିବା ପ୍ରତ୍ୟେକ ନାଗରିକଙ୍କ ଧନ୍ୟବାଦ ଦେଉଛି।
ରାଷ୍ଟ୍ରପତି ଆହୁରି କହିଛନ୍ତି ଚଳିତ ବର୍ଷ ଭାରତ ଜି-୨୦ ଦେଶଙ୍କ ସମୂହର ଅଧ୍ୟକ୍ଷତା କରୁଛି। ଆମେ ସମସ୍ତଙ୍କୁ ଶାନ୍ତି ଏବଂ ସମୃଦ୍ଧିର ପକ୍ଷରେ ରହିଛୁ। ଜି-୨୦ ଅଧ୍ୟକ୍ଷତା ଏକ ଉତ୍ତମ ବିଶ୍ବର ନିର୍ମାଣରେ ଯୋଗଦାନ ହେତୁ ଭାରତକୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଭୂମିକା ପ୍ରଦାନ କରୁଛି। ସେ ଆହୁରି କହିଛନ୍ତି ମିଳିତ ଜାତିସଂଘ ଭାରତର ପରାମର୍ଶକୁ ସ୍ବିକାର କରିଛି ଏବଂ ୨୦୨୩ କୁ ‘ ଦ ଇଣ୍ଟରନାସନାଲ ଇଅର ଅଫ୍ ମିଲେଟ୍ସ’ ଘୋଷିତ କରିଛି।
ଏହା ସହ ସେ ସୀମାରେ ରକ୍ଷା କରୁଥିବା ବାହାଦୁର ଯବାନଙ୍କ ବିଶେଷ ଭାବରେ ପ୍ରଂଶସା କରୁଛି ଯେଉଁମାନେ ଆମର ସୀମାର ରକ୍ଷା କରୁଛନ୍ତି ଏବଂ କୌଣସି ବି ତ୍ୟାଗ ତଥା ବଳିଦାନ ପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି।