scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜି-୨୦ର ଅଧ୍ୟକ୍ଷତାଠାରୁ ମହିଳା ସଶକ୍ତିକରଣ ଯାଏ, ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ୱୋଧନ

14/08/2023 at 8:25 PM

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ସାରା ଦେଶ ତ୍ରିରଙ୍ଗାରେ ରଙ୍ଗରେ ରଙ୍ଗୀନ ହୋଇଛି । ଦେଶବାସୀ ମଧ୍ୟ ବେଶ ଉତ୍ସାହିତ । ଏହାରି ଭିତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ୭୭ତମ ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରକୁ ସମ୍ୱୋଧିତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ‘ମୋର ପ୍ରିୟର ଦେଶବାସୀ, ଦେଶର ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ଏହି ଦିନ ଆମ ସମସ୍ତଙ୍କ ପାଇଁ ଗୌରବମୟ ଏବଂ ପବିତ୍ର ଅଟେ । ଚାରିଆଡେ ଉତ୍ସବର ପରିବେଶ ଦେଖି ମୁଁ ବେଶ ଖୁସି ଅନୁଭବ କରୁଛି । ସ୍ୱାଧୀନତା ଦିବସ ଆମକୁ ଏହା ସ୍ମରଣ କରାଉଛି ଯେ ଆମେ କେବଳ ଜଣେ ବ୍ୟକ୍ତି ନୁହଁ, ବରଂ ଆମେ ଏପରି ଏକ ସମୁଦାୟର ଅଂଶ ଯିଏ ନିଜ ପ୍ରକାରର ସବୁଠୁ ବଡ଼ ଏବଂ ଜୀବନ୍ତ ସମୁଦାୟ ଅଟେ’।

ପଢନ୍ତୁ: ରାତି ପାହିଲେ ଦେଶ ପାଳିବ ୭୭ ତମ ସ୍ୱାଧୀନତା ଦିବସ, ପଲ୍ଲୀରୁ ଦିଲ୍ଲୀ ଉଡିବ ତ୍ରିରଙ୍ଗା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ‘ଏହା ବିଶ୍ୱର ସବୁଠୁ ବଡ଼ ଲୋକତନ୍ତ୍ରର ନାଗରିକଙ୍କ ସମୁଦାୟ । ଜାତି, ପନ୍ଥ, ଭାଷା ଏବଂ କ୍ଷେତ୍ର ବାହାରେ, ଆମର ନିଜର ପରିବାର ଏବଂ କାର୍ଯ୍ୟ-କ୍ଷେତ୍ର ସହ ଜଡିତ ପରିଚୟ ମଧ୍ୟ ରହିଛି । କିନ୍ତୁ ଆମର ଏକ ପରିଚୟ ଏହି ସବୁଠୁ ଉପରେ ରହିଛି, ଏବଂ ଆମର ସେହି ପରିଚୟ ହେଉଛି, ଭାରତର ନାଗରିକ ହେବ’।

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ‘ଆଜି ମହିଳାମାନେ ପ୍ରତି କ୍ଷେତ୍ରରେ ଉତ୍ସାହର ସହ ଭାଗ ନେଉଛନ୍ତି । କିଛି ବର୍ଷ ପୂର୍ବ ଯାଏ ଏହା କଳ୍ପନା ମଧ୍ୟ କରାଯାଇ ପାରୁ ନଥିଲା । ଦେଶରେ ମହିଳା ସଶକ୍ତିକରଣ ଉପରେ ଜୋର ଦିଆଯାଉଛି । ଏହା ବହୁତ ଭଲ କଥା । ମହିଳାଙ୍କ ବିକାଶ ଦେଶର ବିକାଶ ସହ ଜଡ଼ିତ ରହିଛି’।

ପଢନ୍ତୁ: ସ୍ୱାଧୀନତା ପରଠୁ ଆଜି ଯାଏ ବିଜୁଳି ୩୯୦୦୦%, ସଡ଼କ ୧୫୭୦୦%, ରେଳ ଲାଇନ ୨୫୦% ବଢିଛି

ମୁର୍ମୁ କହିଛନ୍ତି, ‘ମୁଁ ସମସ୍ତ ଦେଶବାସୀଙ୍କୁ ଆଗ୍ରହ କରୁଛି ଯେ ସେମାନେ ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେବେ । ମୁଁ ଚାହୁଁଛି ଯେ ଆମର ଭଉଣୀ ଏବଂ ଝିଅମାନେ ସାହସର ସହ, ସବୁ ପ୍ରକାର ଆହ୍ୱାନର ସାମନା କରନ୍ତୁ ଏବଂ ଜୀବନରେ ଆଗକୁ ବଢନ୍ତୁ ।

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଭାରତ ସାରା ଦୁନିଆରେ ବିକାଶର ଲକ୍ଷ୍ୟ ଏବଂ ମାନବୀୟ ସହଯୋଗକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ସେ କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଭାରତ ଅଗ୍ରଣୀ ସ୍ଥାନ ହାସଲ କରିଛି । ଏହାର ପ୍ରଭାବୀ ନେତୃତ୍ୱରେ ଜି-୨୦ ସମୁହର ଦେଶ ପୂରା ମନବତା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଉପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ପଢନ୍ତୁ: ପତାକା ଉତ୍ତୋଳନରେ ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ କରିବେ ୨ ମହିଳା ସେନା ଅଧିକାରୀ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ନିଜ ସମ୍ୱୋଧନରେ ରାଷ୍ଟ୍ରପତି କହିଛନ୍ତି, ‘ସ୍ୱାଧୀନତା ଦିବସ ଦେଶ ପାଇଁ ନିଜ ଇତିହାସ ସହ ପୁନଃ ଯୋଡି ହେବା ଏବଂ ବର୍ତ୍ତମାନର ଆକଳନ କରିବା ଏବଂ ଭବିଷ୍ୟତର ରାସ୍ତା ପ୍ରସ୍ତୁତ କରିବା ଉପରେ ଚିନ୍ତା କରିବାର ଅବସର ଅଟେ’ । ସେ କହିଛନ୍ତି, ‘ଆଜି ଆମେ ଦେଖୁଛୁ ଯେ ଭାରତ ନାକେବଳ ବିଶ୍ୱ ମଞ୍ଚରେ ନିଜର ଯଥା ସ୍ଥାନ ହାସଲ କରିନି ବରଂ ଅନ୍ତରାଷ୍ଟ୍ରୀୟ ବ୍ୟବସ୍ଥାରେ ନିଜର ପ୍ରତିଷ୍ଠାକୁ ମଧ୍ୟ ବଢାଇଛି । ନିଜର ଯାତ୍ରା ଏବଂ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା ବେଳେ ମୁଁ ନିଜ ଦେଶ ପ୍ରତି ସେମାନଙ୍କ ମଧ୍ୟରେ ଏକ ବିଶ୍ୱାସ ଏବଂ ଗୌରବକୁ ଦେଖିଛି’।

ରାଷ୍ଟ୍ରପତି କହିଛନ୍ତି, ‘ଭାରତ ସାରା ଦୁନିଆରେ ବିକାଶ ଲକ୍ଷ୍ୟ ଏବଂ ମାନବୀୟ ସହଯୋଗକୁ ବଢାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ସେ କହିଛନ୍ତି ଯେ ଭାରତ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଅଗ୍ରଣୀ ସ୍ଥାନ ହାସଲ କରିଛି ଏବଂ ଜି-୨୦ ଦେଶଙ୍କ ଅଧ୍ୟକ୍ଷତାର ଦାୟିତ୍ୱ ସମ୍ଭାଳିଛି । ଜି-୨୦ ଗ୍ରୁପ ଦୁନିଆର ଦୁଇ-ତୃତୀୟାଂଶର ପ୍ରତିନିଧିତ୍ୱ କରୁଛି, ଏଥିପାଇଁ ଏହା ଆମର ବୈଶ୍ୱିକ ପ୍ରାଥମିକତାକୁ ସଠିକ୍ ଦିଗରେ ନେବାର ଅଦ୍ୱିତୀୟ ସୁଯୋଗ ଅଟେ’।

ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ ନିଜ ସମ୍ୱୋଧନରେ କହିଛନ୍ତି, ‘ଭାରତ ପ୍ରାଚୀନ କାଳରୁ ହିଁ ଲୋକତନ୍ତ୍ରର ଜନନୀ ଅଟେ । ଦେଶ ୧୯୪୭ରେ ଏକ ନୂଆ ସକାଳ ଦେଖିଥିଲା । ସେହି ଦିନ ଆମେ ବିଦେଶୀ ଶାସନରୁ ସ୍ୱାଧୀନତା ହାସଲ କରିଥିଲୁ, ଏହାସହ ଆମେ ନିଜ ଭାଗ୍ୟର ନିର୍ମାଣ କରିବା ପାଇଁ ସ୍ୱାଧୀନତା ମଧ୍ୟ ଲାଭ କରିଥିଲୁ’।

Also Read: ଦେଶର ୭୭ତମ ସ୍ୱାଧୀନତା ଦିବସରେ ପିଏମ୍ ମୋଦୀ ଲାଲକିଲ୍ଲାରେ ଉଡାଇବେ ତ୍ରିରଙ୍ଗା, ଜାଣନ୍ତୁ ପୂରା କାର୍ଯ୍ୟକ୍ରମ

   Related Posts