ଏପଷ୍ଟିନ୍ ଫାଇଲ୍ସ ମାମଲାରେ ଭଡକିଲେ ଟ୍ରମ୍ପ: ଅଡୁଆରେ ରୁପର୍ଟ ମର୍ଡୋକ୍ ଓ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ

Published By : Prameya-News7 Bureau | July 19, 2025 IST

ନୂଆଦିଲ୍ଲୀ ୧୯/୦୭: ଏପଷ୍ଟିନ ଫାଇଲ୍ସ ମାମଲାରେ ଭଡକିଲେ ଟ୍ରମ୍ପ । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରମ୍ପଙ୍କ ଧମକ। ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀ ଜେଫ୍ରି ଏପଷ୍ଟିନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେଖିଥିବା ଏକ ଅଶ୍ଳୀଳ ଚିଠିର ବିବରଣୀ ପ୍ରକାଶ କରିବା ପରେ ଭଡକିଛନ୍ତି ଟ୍ରମ୍ପ। 

ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କ ଦସ୍ତଖତ ଥିବା ଏହି ଅଶ୍ଳୀଳ ଚିଠି ୨୦୦୩ରେ ତାଙ୍କ ୫୦ତମ ଜନ୍ମଦିନ ପାଇଁ ଜେଫ୍ରି ଏପଷ୍ଟିନଙ୍କୁ ପଠାଯାଇଥିଲା। ଜେଫ୍ରି ଏପଷ୍ଟିନଙ୍କ ସହ ଟ୍ରମ୍ପଙ୍କ ଅତୀତର ସମ୍ପର୍କକୁ ନେଇ ଏହି ରିପୋର୍ଟ ସମଗ୍ର ଆମେରିକାରେ ଏକ ନୂଆ ବିତର୍କ ସୃଷ୍ଟି କରିଥିବା ବେଳେ ଆମେରିକା ରାଷ୍ଟ୍ରପତି ଏହି ଚିଠିକୁ ନକଲି ବୋଲି କହି ଖଣ୍ଡନ କରିବା ସହ ଏହାକୁ ପ୍ରକାଶ ନ କରିବା ପାଇଁ ପୂର୍ବରୁ ଚେତାବନୀ ଦିଆଯାଇଛି ବୋଲି ଦାବି କରିଛନ୍ତି। ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ଏକ ନକଲି ଚିଠି ଛାପିଥିଲା। ଏଗୁଡ଼ିକ ମୋର କଥା ନୁହେଁ, ଏହା ମୋର କଥାବାର୍ତ୍ତା କରିବାର ଶୈଳୀ ନୁହେଁ। ଏଥିସହିତ ମୁଁ ଚିତ୍ର ଆଙ୍କିବି ନାହିଁ। ମୁଁ ରୁପର୍ଟ ମର୍ଡୋକଙ୍କୁ କହିଥିଲି ଯେ ସେ ଏହି ଫେକ୍ ଷ୍ଟୋରି ଛାପିବା ଉଚିତ ନୁହେଁ। 

କିନ୍ତୁ ସେ ତାହା କରିଥିଲେ ଏବଂ ଏବେ ମୁଁ ତାଙ୍କ ତୃତୀୟ ଶ୍ରେଣୀର ଖବରକାଗଜ ବିରୋଧରେ ମାମଲା ରୁଜୁ କରିବାକୁ ଯାଉଛି’ ବୋଲି ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରିଛନ୍ତି। ନ୍ୟାୟ ବିଭାଗ ପକ୍ଷରୁ ଏପଷ୍ଟିନ ମାମଲାର ପରିଚାଳନାକୁ ନେଇ ଚାଲିଥିବା ଯାଞ୍ଚ ଏବଂ ନିକଟରେ ‘ଏପଷ୍ଟିନ୍ ଫାଇଲ୍’କୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ ଏହି ଘଟଣା ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.