scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜନ୍ମମାଟିକୁ ଆସୁଛନ୍ତି ମହାମହିମ: ସଜେଇ ହେଉଛି ରାସ୍ତାଘାଟ, ଷ୍ଟେସନ ଏବଂ ରାଷ୍ଟ୍ରପତିଙ୍କ ଗାଁ

18/11/2023 at 1:28 PM

ବାରିପଦା ୧୮/୧୧: ଆଉ ଗୋଟିଏ ଦିନର ଅପେକ୍ଷା । ଦୁଇ ଦିନିଆ ଗସ୍ତରେ ଜନ୍ମ ମାଟିକୁ ଆସିବେ ମହାମହୀମ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଜିଲ୍ଲା । ରାଷ୍ଟ୍ରପତି ହେବା ପରେ ମହାମହିମଙ୍କ ଏହା ଦ୍ୱିତୀୟ ଥର ମୟୁରଭଞ୍ଜ ଗସ୍ତ । ନଭେମ୍ବର ୨୦ରେ ପ୍ରଥମେ ବାରିପଦାରେ ଏକ କାର୍ଯ୍ୟକ୍ରମ ସାରି ୨୧ ତାରିଖରେ ରାଇରଙ୍ଗପୁର ଓ ବାଦାମପାହାଡରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ ।

ଯାହାକୁ ନେଇ ଏବେ ପୁରା ଜିଲ୍ଲାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ବାରିପଦା ପୋଲିସ ପଡିଆରେ ୩ଟି ନୂତନ ହେଲିପ୍ୟାଡ ନିର୍ମାଣ ହୋଇଥିବା ବଳେ ସହୀଦସ୍ମୃତି ଭବନରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହେବାକୁ ବସିଲାଣି । ବାରିପଦା ସହିଦସ୍ମୁତି ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା “ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଏସୋସିଏସନ” ର ୩୬ ତମ ବାର୍ଷିକ ସମ୍ମିଳନୀରେ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏହା ସହିତ ଉକ୍ତ ସମ୍ମିଳନୀରେ ମହାମହିମ ରାଜ୍ୟପାଳ ରଘୁବର ଦାସ,ଝାଡ଼ଗ୍ରାମ ଲୋକସଭା ସଂସଦ କୁଆଁର ହେମ୍ବ୍ରମ୍, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ରାଷ୍ଟ୍ରପତି ହେବାପରେ ଜନ୍ମମାଟି କୁ ଏହା ତାଙ୍କର ଦ୍ବିତୀୟ ଗସ୍ତ ହୋଇଥିବା ବେଳେ ଗତ ମେ ମାସ ୪ତାରିଖରେ ମୟୂରଭଞ୍ଜ ଜିଲ୍ଲାକୁ ୩ଦିନିଆ ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ।

ରାଷ୍ଟ୍ରପତିଙ୍କର ଏହି ଗସ୍ତରେ ଯେମିତି ପୂର୍ବ ଭଳି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ । ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି । ଆଗାମୀ ୨୦ ତାରିଖ ସୋମବାର ଦିନ ସକାଳ ୧୦ ଟା ୪୫ ମିନିଟରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରୁ ବାହାରି ବାୟୁସେନାର ସ୍ବତନ୍ତ୍ର ଏରୋପ୍ଲେନ୍ ଯୋଗେ ପଶ୍ଚିମବଙ୍ଗର କଲେଇକୁଣ୍ଡାରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ଅପରାହ୍ନ ୧ଟା ୪୫ମିନିଟ ସମୟରେ ବାହାରି ବାରିପଦା ସ୍ଥିତ ହେଲିପ୍ୟାଡରେ ପଦାର୍ପଣ କରିବେ ।

ପରେ ୩ଟା ୩୫ ପର୍ଯ୍ୟନ୍ତ ବାରିପଦା ଶହୀଦ ସ୍ମୃତିଭବନ ଠାରେ ପହଞ୍ଚି ଏହି ସାନ୍ତାଳୀ ଲେଖକ ସଙ୍ଘର ବାର୍ଷିକ ସମ୍ମୀଳନୀରେ ଯୋଗ ଦେଇ ଉଦବୋଧନ ଦେବେ ମହାମହିମ ଶ୍ରୀମତୀ ମୁର୍ମୁ । ଏନେଇ ଆଜି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସହିଦସ୍ମୁତି ଭବନ ଠାରେ ପହଞ୍ଚି ମହାମହିମଙ୍କ ଗସ୍ତକୁ ନେଇ ଚାଲିଥିବା ପ୍ରସ୍ତୁତି ର ତଦାରଖ କରିବା ସହ ରାଷ୍ଟ୍ରପତି ଙ୍କ କାର୍ଯ୍ୟକ୍ରମ କୁ ସଠିକ୍ ଭାବେ ତୁଲାଇବା ପାଇଁ ସବୁପ୍ରକାର ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି।

   Related Posts