ଓଡ଼ିଶା ଆସୁଛନ୍ତି ମହାମହିମ, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

Published By : Prameya-News7 Bureau | February 01, 2023 IST

ଭୁବନେଶ୍ୱର ୦୧/୦୨: ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୦ ତାରିଖରେ ସେ ଆସି ଓଡ଼ିଶାରେ ପହଞ୍ଚିବେ । ୧୦ ଓ ୧୧ ଦୁଇଦିନ ଧରି ସେ ଓଡ଼ିଶାରେ ରହିବେ ।

ଦୁଇଦିନିଆ ଗସ୍ତରେ ଭୁବନେଶ୍ୱର ଓ କଟକରେ ରହିବାର କାର୍ଯ୍ୟକ୍ରମ ଅଛି । ଭୁବନେଶ୍ୱରରେ ତିନୋଟି ଓ କଟକରେ ୧ଟି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ଅଛି । ବିଶେଷ କରି ଭୁବନେଶ୍ୱରର ଉତ୍କଳ ମଣ୍ଡପ, ରମାଦେବୀ ମହାବିଦ୍ୟାଳୟ ସହ କଟକର ସିଆରଆରଆଇରେ ଯୋଗଦେବେ । ଶେଷରେ ସେ ଲିଙ୍ଗରାଜ ମନ୍ଦିର ଦର୍ଶନ ସାରି ଦିଲ୍ଲୀ ଫେରିଯିବେ ।

ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ୱିତୀୟ ଥର ଓଡ଼ିଶା ଗସ୍ତ । ଗତ ନଭେମ୍ୱର ମାସରେ ଓଡ଼ିଶା ଆସିଥିଲେ ରାଷ୍ଟ୍ରପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.