Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ବାଇଡେନଙ୍କ ଅତିଥି ହେବେ ପିଏମ୍ ମୋଦି; ଜୁନରେ ହ୍ବାଇଟ୍ ହାଉସକୁ ରାଜକୀୟ ଆମନ୍ତ୍ରଣ, ବିଶେଷଜ୍ଞ କହିଲେ କୁଟନୀତି

18/03/2023 at 12:33 PM

ନୂଆଦିଲ୍ଲୀ: ଆମେରିକା ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକ୍ରମରେ ଅତିଥି ହେବ ମୋଦି । ହ୍ବାଇଟ୍ ହାଉସରେ ରାତ୍ରୀ ଭୋଜନ କରିବେ । ବାଇଡେନଙ୍କ ଅତିଥି ପାଇଁ ଓ୍ବାଂଶିଟନ ପକ୍ଷରୁ କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ଜୁନ୍ ମାସରେ ମୋଦି ଆମେରିକା ଗସ୍ତ କରିପାରନ୍ତି ।  ଦୁଇ ଦେଶର ସମ୍ପର୍କକୁ ସୁଦୃଢ କରିବାକୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କୁହାଯାଉଛି ।  

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞଙ୍କ କହିବା କଥା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ଏହି ଔପଚାରିକ ରାଜକୀୟ ଆମନ୍ତ୍ରଣ ଦୁଇ ଦେଶ ମଧ୍ୟରେ ରାଜନୈତିକ ଓ କୁଟନୈତିକ ସମ୍ପର୍କକୁ ବୃଦ୍ଧି କରିବାକୁ ଏହା ଏକ ସଙ୍କେତ । ଆମେରିକା ପ୍ରାଶାସନିକ ଅଧିକାରୀ କହିବା ମୁତାବକ, ଚୀନ୍ ଆମେରିକା ପାଇଁ ଏକ ବଡ଼ ବିପଦ ଭାବେ ଉଭା ହୋଇଛି । ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନ ସହିତ ମୁକାବିଲା କରିବା ଆବଶ୍ୟକତା ରହିଛି । ଅନ୍ୟପଟେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ମୁଖପାତ୍ର ଏବାବଦରେ କିଛି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି ।

ସୂଚନା ଅନୁଯାୟୀ, ଆସନ୍ତା ଜୁନ୍ ମାସରେ ଆମେରିକା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜକୀୟ ରାତ୍ରୀ ଭୋଜନ ପାଇଁ ଆମନ୍ତ୍ରଣ ଯୋଜନା କରୁଛନ୍ତି । ଅନ୍ୟପଟେ ଆସନ୍ତା ସେପ୍ଟମ୍ବର ମାସରେ  ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ହେବ । ଏଥିରେ ୟୁକ୍ରେନ-ଋଷ୍ ଯୁଦ୍ଧକୁ ନେଇ ଆଲୋଚନା ହୋଇପାରେ । ହେଲେ ଏହା ସ୍ପଷ୍ଟ ହୋଇନାହିଁ, ଏହି ସମ୍ମିଳନୀରେ ଋଷ୍ ରାଷ୍ଟ୍ରପତି ପୁଟିନ୍ ଯୋଗ ଦେବାକୁ ଭାରତ ଆସିବେ କି ନାହିଁ । ସେପଟେ ଏହା ପୂର୍ବରୁ ମୋଦି ଓ ବାଇଡେନଙ୍କ ସାକ୍ଷାତକୁ ନେଇ ବିଶେଷଜ୍ଞମାନେ ବିଭିନ୍ନ ଆଲୋଚନା ଆରମ୍ଭ କରିଦେଲେଣି ।  

   Related Posts