୬ ବୀରଙ୍କୁ କୀର୍ତ୍ତି ଚକ୍ର, ୧୫ଙ୍କୁ ଶୌର୍ଯ୍ୟ ସମ୍ମାନ… ଗଣତନ୍ତ୍ର ଦିବସରେ ୪୧୨ ବୀରକୁ ସମ୍ମାନିତ ନେଇ ଘୋଷଣା
25/01/2023 at 11:08 PM

ନୂଆଦିଲ୍ଲୀ ୨୫/ ୦୧: ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଅର୍ଥାତ୍ ବୁଧବାର ବୀରତ୍ବ ପୁରସ୍କାର ଘୋଷଣା କରାଯାଇଛି । ଦେଶ ପାଇଁ ବଳିଷ୍ଠ ଅବଦାନ ଦେଇଥିବା ବୀର ସୈନିକଙ୍କ ପାଇଁ ଏହି ସ୍ବତନ୍ତ୍ର ସମ୍ମାନର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୪୧୨ ଜଣ ବୀର ସୈନିକଙ୍କୁ ସମ୍ମାନିତ କରାଯାଇଛି। ଦୁଇ ଜଣଙ୍କୁ କୀର୍ତ୍ତି ଚକ୍ର ଏବଂ ୭ ବୀର ସୈନିକଙ୍କୁ ଶୌର୍ଯ୍ୟ ଚକ୍ର ଦିଆଯାଇଛି।
ମେଜର ଶୁଭାଙ୍ଗ ଡୋଗରା ଏବଂ ମେଜର ଜିତେନ୍ଦ୍ର ସିଂହ ରାଜପୁତଙ୍କୁ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯିବ। ଜାମ୍ମୁ କାଶ୍ମୀର ବଡଗାମରେ ଏକ ଅପରେସନ ବେଳେ ବୀରତ୍ବ ପ୍ରଦର୍ଶନ କରି ଜଣେ ଆତଙ୍କବାଦୀକୁ ନିହତ କରିଥିବା ଏବଂ ଆହତ ସୈନ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା କାରଣରୁ ଶୁଭାଙ୍ଗ ଡୋଗରାଙ୍କୁ ଏହି ସମ୍ମାନ ମିଳିଛି।
ସୂଚନା ଅନୁଯାୟୀ, ଚଳିତ ବର୍ଷ ସିଆରପିଏଫ୍ର ବୀରଙ୍କ ସବୁଠୁ ଅଧିକ ବୀରତା ପୁରସ୍କାର ମିଳିଛି। ୪୮ ପୋଲିସ୍ ମେଡାଲ ସିଆରପିଏଫ୍ ଯବାନଙ୍କୁ ଦିଆଯାଇଛି। ଏହା ବ୍ୟତୀତ ୧୪ ପୋଲିସ୍ ମେଡାଲ ଅଫ୍ ଗ୍ୟାଲେଣ୍ଟ୍ରି ମଧ୍ୟ ଦିଆଯାଇଛି।
ସେହିଭଳି ଏହି ପୁରସ୍କାର ସହ ୨୯ ପରମ ବିଶିଷ୍ଟ ସେବା ମେଡାଲ ଦିଆଯାଇଛି। ୩ ଉତ୍ତମ ଯୁଦ୍ଧ ସେବା ମେଡାଲ, ୩୨ ଅତି ବିଶିଷ୍ଟ ସେବା ମେଡାଲ, ୮ ଯୁବ ସେବା ମେଡାଲ, ୯୨ ସେନା ପଦକ (ବୀରତ୍ବ), ୭୯ ବିଶିଷ୍ଟ ସେବା ମେଡାଲ ଦିଆଯାଇଛି। ୨ ଜଣଙ୍କୁ ଓ୍ବାର୍ ଟୁ ବିଶିଷ୍ଟ ସେନା ମେଡାଲରେ ସମ୍ମାନିତ କରାଯିବ ।