LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଶେଖ୍ ଖାଲିଦ ବିନ୍‌ ହେଲେ ଆବୁଧାବୀର ନୂଆ କ୍ରାଉନପ୍ରିନ୍ସ

31/03/2023 at 2:15 PM

ଆବୁଧାବୀ ୩୧।୩: ୟୁନାଇଟେଡ ଆରବ ଏମିରେଟସ୍ (ୟୁଏଇ) ରାଷ୍ଟ୍ରପତି ତଥା ଆବୁଧାବୀ ଶାସକ ଶେଖ ମୋହମ୍ମଦ ବିନ୍ ଜାୟେଦ ଅଲ ନାହୟାନ ତାଙ୍କ ବଡ ପୁଅ ଶେଖ୍ ଖାଲିଦ ବିନ୍ ମୋହମ୍ମଦ ବିନ୍ ଜାୟଦ ଅଲ ନାହୟାନଙ୍କୁ ୟୁଏଇର କ୍ରାଉନ ପ୍ରିନ୍ସ ନିଯୁକ୍ତ କରିଛନ୍ତି। ଏଥିରେ ସେ ନିଜ ଭାଇ ମାନଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ପ୍ରଦାନ କରିଛନ୍ତି। ଏହି କ୍ରମରେ ଶେଖ ମନସୁରଙ୍କୁ ଦୁବାଇର ଶାସକ ଶେଖ ମୋହମ୍ମଦ ବିନ ରାସିଦ ଅଲ ମକତୁମଙ୍କ ସହିତ ୟୁଏଇର ଉପରାଷ୍ଟ୍ରପତି କରିଛନ୍ତି।

ସେହିପରି ଅନ୍ୟତମ ଭାଇ ଶେଖ ତହନୁନ ବିନ ଜାୟଦ ଅଲ ନହୟାନ ୟୁଏଇର ଜାତୀୟ ସୁରକ୍ଷା ପରାମର୍ଶଦାତା ନିଯୁକ୍ତ  ହୋଇଛନ୍ତି। ଗତ ମେ ୨୦୨୨ରେ ଖଲିଫା ବିନ୍ ଜାୟଦଙ୍କ ପରଲୋକ ପରେ ତାଙ୍କ ସାବତ ଭାଇ ଶେଖ ମୋହମ୍ମଦ ବିନ ଜାୟଦ ଅଲ ନାହୟାନଙ୍କୁ  ୟୁଏଇର ରାଷ୍ଟ୍ରପତି ନିଯୁକ୍ତ କରାଯାଇଥିଲା। ୬୧ ବର୍ଷ ବୟଷ୍କ ଶେଖ ମୋହମ୍ମଦ ବିନ ଜାୟଦ ଅଲ ନାହୟାନ ୟୁଏଇର ତୃତୀୟ ରାଷ୍ଚ୍ରପତି।

ଶେଖ ଖାଲିଦ ବିନମୋହମ୍ମଦ ବିନ ଜାୟଦ ଅଲ ନାହୟାନଙ୍କ ଜନ୍ମ ୮ ଜାନୁୟାରୀ ୧୯୮୨ରେ ଆବୁଧାବୀରେ ହୋଇଥିଲା। ସେ ୟୁଏଇ ରାଷ୍ଟ୍ରପତିଙ୍କ ସଭା ବଡ଼ ପୁଅ। ଶେଖ ଖାଲିଦ ଶାରଜାହର ଆମେରିକୀୟ ବିଶ୍ୱବିଦ୍ୟାଳୟ ଓ କିଙ୍ଗସ୍ କଲେଜ ଲଣ୍ଡନରୁ ୨୦୧୪ ମସିହାରେ ୱାର ଷ୍ଟଡିଜ୍‌ରେ ପିଏଚଡି କରିଛନ୍ତି। ସେ ଆବୁଧାବୀ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଓ ଆବୁଧାବୀ କାର୍ଯ୍ୟକାରୀ କାର୍ଯ୍ୟାଳୟର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ନୂଆ କ୍ରାଉନ ପ୍ରିନ୍ସ ଆବୁଧାବୀର ଶାସକ ହୋଇଥିବା ବେଳେ ତାଙ୍କୁ ଏମବିଜେଡ୍ ଭାବେ ମଧ୍ୟ ଜଣାଯାଏ।

   Related Posts