ନୂଆଦିଲ୍ଲୀ ୧୫।୦୨: ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଶୁକ୍ରବାର ଦିନ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି । ଶନିବାର (ଆସନ୍ତାକାଲି) ଦିନ ଦିଲ୍ଲୀର ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିଓ୍ବାଲ ।
{"id":224623,"sizeSlug":"large"}ଶନିବାର ଦିନ ସକାଳ ୧୦ଟା ସମୟରେ ଦିଲ୍ଲୀର ରାମଲୀଳା ମଇଦାନରେ ଶପଥ ନେବେ କେଜ୍ରିଓ୍ବାଲ। କେଜ୍ରିଓ୍ବାଲଙ୍କ ସହିତ ୬ଜଣ ବିଧୟାକ ମନ୍ତ୍ରୀ ପଦର ଶପଥ ନେବେ । ଶପଥ ନେବାକୁ ଥିବା ୬ଜଣଙ୍କ ମଧ୍ୟରେ ମନୀଷ ସିସୋଦିଆ, ସତେନ୍ଦ୍ର ଜୈନ୍,ଗୋପାଳ ରାୟ, କୈଳାଶ ଗେହଲୋତ, ଇମରାନ୍ ହୁସେନ, ରାଜେନ୍ଦ୍ର ଗୌତମ ସାମିଲ ଅଛନ୍ତି ବୋଲି ସୂଚନା ରହିଛି । ତେବେ ଅରବିନ୍ଦ କେଜ୍ରିଓ୍ବାଲ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ପ୍ରଥମ ଥର ପାଇଁ ୨୦୧୩ରେ ୪୮ଦିନ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପରେ ସେ ଇସ୍ତଫା ଦେଇଦେଇଥିଲେ । ସେହିପରି ୧୪ଫେବୃଆରୀ ୨୦୧୫ରେ ୨ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ୫ବର୍ଷ ପୂରଣ କରିଛନ୍ତି ।
wp:core-embed/twitter {"url":"https://twitter.com/AamAadmiParty/status/1228324035181740033","type":"rich","providerNameSlug":"twitter","className":""} /wp:core-embed/twitterଗତ ୧୧ଫେବୃଆରୀ ଦିନ ଦିଲ୍ଲୀର ବିଧାନସଭା ନିର୍ବାଚନ ପାଇଁ ଫଳାଫଳ ଘୋଷଣା କରାଯାଇଥିଲେ । ଏଥିରେ ଆମ ଆଦମୀ ପାର୍ଟି (ଆପ) ନିକଟରେ ସର୍ବାଧିକ ଆସନ ଗ୍ରହଣ କରି ନିର୍ବାଚନରେ ଦିଲ୍ଲୀବାସୀଙ୍କ ହୃଦୟ ଜିତିଛି । ଧାନସଭା ନିର୍ବାଚରେ ୭୦ରୁ ୬୨ଟି ଆସନରେ ଆମ୍ ଆଦମୀ ପାର୍ଟି ବିଜୟୀ ହୋଇଛି। ସେହିପରି ଭାରତୀୟ ଜନତା ପାର୍ଟି (ବିଜେପି)ର ୮ ଜଣ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କଂଗ୍ରେସ ନିର୍ବାଚନରେ ଖାତା ବି ଖୋଲିପାରି ନ ଥିଲା ।
{"id":224464,"sizeSlug":"large"}ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଜ୍ରିଓ୍ବାଲଙ୍କୁ ଦିଲ୍ଲୀରେ ବିପୁଳ ବିଜୟ ନେଇ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଅରବିନ୍ଦ କେଜ୍ରିୱାଲଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଦିଲ୍ଲୀର ରାମଲୀଳା ମଇଦାନରେ ବ୍ୟାପକ ଆୟୋଜନ ଚାଲିଛି । ପ୍ରାୟ ଚାରି ଦିନ ହେବ ଏଠାରେ ଦିନ ରାତି କାମ ଚାଲିଛି । କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶପଥ ଗ୍ରହଣ ସମାରୋହରେ ସାମିଲ ରହିବାକୁ ନିମନ୍ତ୍ରଣ ପଠାଇଛନ୍ତି । ଆମ୍ ଆଦମୀ ପାର୍ଟିରେ ବିଜୟ ପରେ ଚର୍ଚ୍ଚାକୁ ଆସିଥିବା ‘ବେବି ମଫଲରମ୍ୟାନ’ଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବ ନିମନ୍ତ୍ରଣ କରାଯାଇଛି । ପାର୍ଟିର ଟ୍ବିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି ।
wp:core-embed/twitter {"url":"https://twitter.com/AamAadmiParty/status/1227852934664163329","type":"rich","providerNameSlug":"twitter","className":""} /wp:core-embed/twitter