ନୂଆଦିଲ୍ଲୀ ୧୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛନ୍ତି। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଳମ୍ବିତ ସନ୍ଧ୍ୟାରେ ଅଧିକାରୀକ ଆଦେଶ ଜାରି କରାଯାଇଛି।
{"id":224464,"sizeSlug":"large"}
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆପ ନେତା ଅରବିନ୍ଦ କେଜରିୱାଲ ରବିବାର ରାମଲିଳା ମୈଦାନରେ ପଦ ଓ ଗୋପନିୟତାର ଶପଥପାଠ କରିବେ। ଏଥିଲାଗି ଉତ୍ସବର ଆୟୋଜନ କରାଯାଉଥିବା ବେଳେ ତାଙ୍କ ସହ ମନ୍ତ୍ରୀ ମଣ୍ଡଳର ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ପାଠ କରିବେ। ଏଥିଲାଗି ଆପ ପକ୍ଷରୁ ରାଜଧାନୀବାସୀଙ୍କୁ ଆମନ୍ତ୍ରିତ କରାଯାଇଥିବା ବେଳେ ଉତ୍ସବକୁ ପ୍ରଧାନମନ୍ତ୍ରୀ, ବିଜେପି ସାଂସଦ ଓ ବିଧାୟକମାନଙ୍କୁ ଆମନ୍ତ୍ରଣ କରାଯାଇଛି।