LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଇମରାନ୍‌ ଖାନଙ୍କ ରାଜନୈତିକ ଅସ୍ତିତ୍ୱକୁ ଶେଷ କରିବାକୁ ପ୍ରସ୍ତୁତି; ପିଟିଆଇ ଉପରେ ଲାଗିପାରେ ପ୍ରତିବନ୍ଧକ

24/05/2023 at 6:00 PM

ଇସଲାମାବାଦ ୨୪/୦୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାଁଙ୍କ ରାଜନୈତିକ ଦଳର ଅସ୍ତିତ୍ୱ ଖୁବ୍‌ ଶୀଘ୍ର ଶେଷ ହୋଇପାରେ। ଇମରାନ୍‌ଙ୍କ ପାର୍ଟି ପାକିସ୍ତାନ ତେହେରିକ୍‌-ଇ-ଇନସାଫ ଉପରେ ପାକିସ୍ତାନ ସରକାର ପ୍ରତିବନ୍ଧକ ଲଗାଇବା ପାଇଁ ବିଚାର ବିମର୍ଷ କରୁଛନ୍ତି। ଚଳିତ ମାସ ମେ ୯ରେ ଇମ୍ରାନ୍‌ ଖାଁ ଗିରଫ ହେବା ପରେ ହୋଇଥିବା ହିଂସାକାଣ୍ଡ ପାଇଁ ଏହି ପ୍ରତିବନ୍ଧକ ଲାଗିପାରେ। ଇସଲାମାବାଦ ଉଚ୍ଚନ୍ୟାୟାଳୟ ପରିସରରୁ ଇମ୍ରାନ୍‌ଙ୍କୁ ପାକିସ୍ତାନୀ ସେନା ଗିରଫ କରିଥିଲେ। ଏହି ମାମଲାରେ ପାକିସ୍ତାନ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି ଏବଂ ଆକ୍ରମଣ କରୁଥିବା ଲୋକମାନଙ୍କ ବିରୋଧରେ ସ୍ଥଳସେନା ଅଧିନିୟମ ଅଧୀନରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ୍‌ କହିଛନ୍ତି ଏନେଇ ଆଲୋଚନା ଜାରି ରହିଛି କି, ମେ ୯ରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ନିଆଯିବ। ପିଟିଆଇ ଉପରେ ପ୍ରତବନ୍ଧକ ଲାଗିବା ନେଇ ଆସିଫ୍‌ କହିଛନ୍ତିଯେ, ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ନିଷ୍ପତ୍ତି ନିଆଯାଇନି, କିନ୍ତୁ ହଁ ଏନେଇ ବିଚାର ବିମର୍ଶ ଚାଲିଛି। ଏହା ମଧ୍ୟରେ  ନେତାମାନେ ଇମ୍ରାନ୍‌ ଖାଁଙ୍କ ଦଳ ଛାଡ଼ିବା ଜାରି ରଖିଛନ୍ତି। ପିଟିଆଇ ନେତା ମହମ୍ମଦ ସଲିମ୍‌ ଅଖତର ଦଳ ଛାଡ଼ିଦେଇଛନ୍ତି। ପୂର୍ବତନ ସାଂସଦ ମହମ୍ମଦ କହିଛନ୍ତି ଦେଶର ରାଜନୀତି ଭୁଲ୍‌ ଦିଗରେ ଯାଉଛି। ସେ ଆହୁରି କହିଛନ୍ତି ଯେ, ମୋ ପାଖରେ ଏପରି ରାଜନୀତି ପାଇଁ ସମୟ ନାହିଁ।

ପିଟିଆଇ ଦଳର ଅନେକ ନେତା ଗତ କିଛି ଦିନ ହେଲା ଦଳ ଛାଡ଼ିଲେଣି। ଏହା ମଧ୍ୟରେ ଖ୍ୱାଜା ଆସିଫ୍‌ କହିଛନ୍ତି  ଇମ୍ରାନ୍‌ ଖାଁ କ୍ଷତିକାରକ ରାଜନୀତି କରୁଛନ୍ତି। ସେ କହିଛନ୍ତି ଇମ୍ରାନ୍‌ ସେନାଙ୍କୁ ତାଙ୍କ ଶତୃ ଭାବେ ଦେଖୁଛନ୍ତି, ଇମ୍ରାନଙ୍କ ପୁରା ରାଜନୀତି ସେନା କୋଳରେ ବସି ଆରମ୍ଭ ହୋଇଛି। ଏବେ ସେ ହଠାତ ସେନା ବିରୋଧରେ ଛିଡ଼ା ହେବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ସେହେବାଜ ସରିଫ୍‌ ସରକାରର ମନ୍ତ୍ରୀ କହିଛନ୍ତି ମୁଁ ଯାହା କହିଛି, ସେହି କଥା ପିଟିଆଇ ଛାଡ଼ିଥିବା ନେତାମାନ କହିଛନ୍ତି।

   Related Posts