ମହାଶିବରାତ୍ରି ପାଇଁ ମହାବିନାୟକ ପୀଠରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Published By : Prameya-News7 Bureau | March 02, 2024 IST

ଚଣ୍ଡିଖୋଲ ୨।୩: ଆସନ୍ତା ୮ ତାରିଖରେ ମହାଶିବରାତ୍ରି ତଥା ଜାଗର ଅନୁଷ୍ଠିତ ହେବ । ଯାଜପୁର ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ମହାବିନାୟକ ଶୈବପୀଠରେ ଜାଗର ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ମହାଶିବରାତ୍ରି ପାଇଁ ମହାବିନାୟକ ପୀଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

{"id":916125,"sizeSlug":"full","linkDestination":"none"}

ଦର୍ପଣ ତହସିଲଦାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମନ୍ଦିର ସେବାୟତ ଓ ଟ୍ରଷ୍ଟ ବୋର୍ଡ ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ । ଜାଗର ପାଇଁ ମହାବିନାୟକ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳାରେ ଭକ୍ତମାନେ ଦେବ ଦେବ ମହାଦେବଙ୍କୁ ଦର୍ଶନ କରିବେ । ସେଥିପାଇଁ ସମସ୍ତ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହାତକୁ ନିଆଯାଇଛି ।

{"id":916126,"sizeSlug":"full","linkDestination":"none"}

ପାଣି, ବିଦ୍ୟୁତ ଓ ମେଡିକାଲ ସୁବିଧା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରାଯାଇଥିଲା । ମଧ୍ୟରାତ୍ରିରେ ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ଭକ୍ତମାନେ ଶାନ୍ତି ଶୃଙ୍ଖଳରେ ଦର୍ଶନ ନିମନ୍ତେ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା ।

You Can Read :

wp:embed {"url":"https://www.prameyanews7.com/thieves-stole-jewelry-from-hanuman-temple-returned-it-in-borigumma/","type":"wp-embed","providerNameSlug":"prameya-news-7"}
https://www.prameyanews7.com/thieves-stole-jewelry-from-hanuman-temple-returned-it-in-borigumma/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.