ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
4/12/2020 at 10:53 PM

ଭୁବନେଶ୍ଵର ୦୪।୧୨: ଖୁବ୍ ଶୀଘ୍ର ଖୋଲିବାକୁ ଯାଉଛି ଯୁକ୍ତ ୨ କଲେଜ୍। ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ରାଜ୍ୟର ସବୁ ଯୁକ୍ତ ୨ କଲେଜ୍ କ୍ୟାମ୍ପସକୁ ବିଶୋଧନ ଓ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ସରକାରୀ ଓ ଘରୋଇ କଲେଜ୍ର ଅଧ୍ୟକ୍ଷଙ୍କୁ ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।। କଲେଜ୍ର ଲାବୋରେଟାରୀ, ଶ୍ରେଣୀ ଗୃହ, ଶୌଚାଳୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ପ୍ରସ୍ତୁତି ନେଇ ସପ୍ତାହେ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କୋଭିଡ୍ ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସରୁ କଲେଜ୍ରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023