ଭାରତରେ ଖୁବ ଶୀଘ୍ର ବୁଷ୍ଟର ଡୋଜକୁ ମିଳିପାରେ ଅନୁମତି, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ତଥ୍ୟ ରଖିଲେ କେନ୍ଦ୍ର ସରକାର

Published By : Prameya-News7 Bureau | December 14, 2021 IST

ନୂଆଦିଲ୍ଲୀ୧୪/୧୨ : କେନ୍ଦ୍ର ସରକାର ମଙ୍ଗଳବାର କରୋନାର ବୁଷ୍ଟର ଡୋଜ ଉପରେ ଚାଲିଥିବା ଗବେଷଣା ସମ୍ପର୍କିତ ତଥ୍ୟ ଦିଲ୍ଲୀହାଇକୋର୍ଟରେ ପ୍ରଦାନ କରିଛନ୍ତି। ଅଦାଲତରେ ସରକାର କହିଛନ୍ତି ଏନଟିଜିଏଆଇ(NTAGI)ର ବୈଜ୍ଞାନିକମାନଙ୍କ ସହିତ କରୋନା ଟୀକା ଓ କରୋନା ବୁଷ୍ଟର ଡୋଜ ଟୀକାର ଆବଶ୍ୟକତା ଓ ଏହାର ବୈଜ୍ଞାନିକ ପ୍ରଭାବଶୀଳତା ଉପରେ ବିଚାର ବିମର୍ଶ କରାଯାଉଛି। ବହୁତ ଶୀଘ୍ର ଏହାର ଫଳାଫଳ ଆସିବାକୁ ଯାଉଛି।

ଅଦାଲତରେ କେନ୍ଦ୍ର ସରକାର ଆହୁରି କହିଛନ୍ତି ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ ଇମ୍ୟୁନାଇଜେସନ(NTAGI) ଓ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ ଭାକ୍ସିନ ଆଡମିନିଷ୍ଟ୍ରେସନ ଭାରତରେ କରୋନା ଭାକ୍ସିନ ଦ୍ୱାରା ସଫଳ ହୋଇଥିବା କରୋନା ମୁକାବିଲାର ପରିସଂଖ୍ୟାନକୁ ବିଶ୍ଳେଷଣ କରି ବର୍ତ୍ତମାନ ଉପଲବ୍ଧ ଥିବା ଟିକାର ପ୍ରଭାବଶୀଳତା ଉପରେ ବିଚାର କରୁଛନ୍ତି। କୋଭିଡ-୧୯ ଟିକାର ବୁଷ୍ଟର ଡୋଜ ବା ଅତିରିକ୍ତ ଡୋଜ ଉପରେ ବହୁତ ଶୀଘ୍ର ନିଷ୍ପତ୍ତି ନିଆ ଯିବାର ସମ୍ଭାବନା ରହିଛି।

ଏନଟିଜିଏଆଇ ଓ ଏନଇଜିବିଏସି ନାମକ ଦୁଇଟି ବିଶେଷଜ୍ଞ ସଂସ୍ଥା ରହିଛି। ଯାହା ମିଳିତ ଭାବେ ଦେଶରେ ଟିକାକରଣରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବାର କାମ କରନ୍ତି। ଏନଟିଜିଏଆଇ ବିଭିନ୍ନ ପ୍ରକାର କୋଭିଡ ଟିକାର ଉପଯୋଗ ବୈଷୟିକ ଜ୍ଞାନ, ଟିକାର ଡୋଜ, ଓ ଟିକା ନେବାର ସମୟ ସୀମା ବିଷୟରେ ଅନୁଧ୍ୟାନ କରିଥାଏ। ସେହିଭଳି ଏନଇଜିବିଏସି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଟିକାକରଣର ସମସ୍ତ ଦିଗ ଉପରେ ଉପଦେଶ ଦେବାସହ ସୁପାରିଶ କରିଥାଏ। ଏହା ବାଦ୍ ଟିକାକରଣ କିପରି ସୁଦୂର ପ୍ରଭାବି ହୋଇପାରିବ ସେ ନେଇ ପ୍ରସ୍ତାବ ଦେଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.