oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ରାତି ପାହିଲେ ବିଘ୍ନବିନାଶକ ଗଜାନନଙ୍କ ପୂଜା; ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଯୋରଦାର

12/09/2018 at 6:31 PM

ଭୁବନେଶ୍ବର ୧୨|୯: ଆରମ୍ଭ ହୋଇଛି ପାର୍ବଣ ଋତୁର ଆଦ୍ୟ ପର୍ବ । ଆସନ୍ତାକାଲି ଅଗ୍ରପୂଜ୍ୟ ବିଘ୍ନରାଜଙ୍କ ପୂଜାର୍ଚ୍ଚନା ହେବ। ସେଥିପାଇଁ ସ୍କୁଲ, କଲେଜ ଓ ପୂଜା ମଣ୍ଡପ ଗୁଡିକରେ ଚାଲିଛି ଯୋରଦାର ପ୍ରସ୍ତୁତି । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ୫୦୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ବିଘ୍ନରାଜ । ବିଭିନ୍ନ ଆକୃତିର ସୁନ୍ଦରସୁନ୍ଦର ଗଣେଶ ମୂର୍ତ୍ତି ସହ ପୂଜା ପେଣ୍ଡାଲ ଗୁଡିକରେ ସାଜସଜ୍ଜା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି ଆୟୋଜକ କମିଟି ।

ରାଜଧାନୀ ଭୁବନେଶ୍ବର ସହିଦ ନଗର କ୍ଲବ୍ ପକ୍ଷରୁ ହାତୀ ମୁଣ୍ଡ ମଝିରେ ବିଘ୍ନ ବିନାଶକ ସ୍ଥାନ ପାଇବେ। ଏଠାରେ ବୁଟ ଡାଲି ଓ କଳା ରାଶିରେ ଗଣେଶଙ୍କ ମୂର୍ତ୍ତି ନିର୍ମାଣ ହୋଇଛି । ଗଣେଶଙ୍କ ହାତରେ ୧୫କିଲୋର ଲଡୁ ସହ ୫୦ ଫୁଟର ତୋରଣ ନିର୍ମାଣ କରାଯାଉଛି । ସେପଟେ ୬ ବର୍ଷ ଧରି ମୁମ୍ବାଇ ଷ୍ଟାଇଲରେ ପୂଜା କରୁଥିବା ସହିଦନଗର ୱିନର୍ସ ଆସୋସିଏସନ୍ ଚଳିତ ବର୍ଷ କରୁଛି ଲାଲବାଗ କି ରାଜା । ଚଳିତ ବର୍ଷ ଏଠାରେ ପୂଜା ପାଇବେ ୪୫ ଫୁଟର ଗଣେଶ । ବରଗଡ ବ୍ରାଇଟ୍ ଷ୍ଟାର ୟୁଥ ଆସୋସିଏସନ୍ ଚଳିତ ବର୍ଷ ନିର୍ମାଣ କରୁଛି ୪୦ ଫୁଟ ଉଚ୍ଚ ଏବଂ ୧୬ ଫୁଟ ପ୍ରସ୍ତର ଗଣେଶ ମୂର୍ତ୍ତି ।

ଗଣେଶ ପୂଜା ପାଇଁ ବିଶେଷ ଭାବେ ପ୍ରସିଦ୍ଧ ଜଟଣୀ ସହରରେ ଚଳିତ ବର୍ଷ ପ୍ରାୟ ୨୦୦ ମଣ୍ଡପରେ ପୂଜା ପାଇବେ ଗଜାନନ । ପୂଜା ମଣ୍ଡପ ପକ୍ଷରୁ ଆକର୍ଷଣୀୟ ତ୍ବରଣ ସହ ସାଜସଜ୍ଜା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି ବିଭିନ୍ନ ପୂଜା କମିଟି । ଏହା ସହ ସନ୍ଧ୍ୟାରେ ଭଜନ, ମେଲୋଡି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା ହୋଇଛି ।
ସେହିପରି ଶିଳ୍ପ ନଗରୀ ତାଳଚେର ମଧ୍ୟ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି । ସମସ୍ତ ପୂଜା କମିଟି ସାଜସଜ୍ଜାକୁବେଶ୍ ଗୁରୁତ୍ବ ଦେଉଛନ୍ତି । ସହରର ୧୫୦ରୁ ଅଧିକ ସ୍ଥାନରେ ପୂଜା ପାଇବେ ଗଜାନନ । ହାଣ୍ଡିଧୂଆଁ ଛକରୁ ରାଜବାଟି ପର୍ଯ୍ୟନ୍ତ ପାଖାପାଖି ୫ କିଲୋମିଟରର ରାସ୍ତାକୁ ରଂଗୀନ ଆଲୋକମାଳାରେ ସଜାଯାଉଛି ।

ଦେବଗଡ଼ ସହର ସାର୍ବଜନୀନ ଗଣେଶ ପୂଜା ପାଇଁ ଆୟୋଜନ ଶେଷ ପର୍ଯ୍ୟାୟରେ । ଚଳିତବର୍ଷ ପୂଜା ୭୦ବର୍ଷରେ ପଦାର୍ପଣ କରୁଥିବା ବେଳେ ୧୧ଦିନ ଧରି ଚାଲିବ ପୂଜାର୍ଚ୍ଚନା। ସହରର ମଧ୍ୟଭାଗରେ ସାର୍ବଜନୀନ ପୂଜା ପେଣ୍ଡାଲ ଥିବାରୁ ସାରା ସହରକୁ ବେଶ୍ ଭଲ ଭାବରେ ସଜା ଯାଉଛି ।

ଜୟପୁରରେ ଗଣେଶ ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । କାରିଗର ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ । ଏବର୍ଷ ମାଟି ମୂର୍ତ୍ତି ବଦଳରେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ବେଶୀ ବିକ୍ରି ହେଉଥିବାରୁ ମାଟି ମୂର୍ତ୍ତି କାରିଗରଙ୍କ ବ୍ୟବସାୟ ମାନ୍ଦା ପଡିଛି । ସେପଟେ ବିଭିନ୍ନ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ପୂଜା ମଣ୍ଡପ ଗୁଡିକରେ ସାଜସଜ୍କା ଚାଲିଛି ।

   Related Posts