ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ : କଟକରେ ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
21/08/2022 at 4:26 PM

କଟକ ୨୧/୦୮: ଦୁଇ ବର୍ଷ ପରେ ପୁଣି ଧୁମଧାମରେ ଦୁର୍ଗାପୂଜା ପାଳନହେବାକୁ ଯାଉଛି । ଏହି ପୂଜାକୁ ଶାନ୍ତିର ସହିତ ସୁରୁଖୁରୁରେ କରିବା ପାଇଁ କଟକରେ ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଆଗାମି ପୂଜାର ପ୍ରସ୍ତୁତି ସହିତ ଏହାର ରୂପରେଖ ବିଷୟରେ ଆଲୋଚନା କରାଯାଇଛି। ଏହି ବୈଠକରେ ପୋଲିସ କମିଶନର ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇଥିଲେ। ପୂଜା ଚାନ୍ଦା ପଇଁ କାହାକୁ ଜୋରଜବର ଦସ୍ତ କରି ଚାନ୍ଦା ମାଗିଲେ ପୋଲିସ ଗିରଫ କରିବା ପାଇଁ ପଛେଇବ ନାହିଁ ବୋଲି ସେ ଏହି ବୈଠକରେ କହିଛନ୍ତି।
ଏଥର ଦୁର୍ଗାପୂଜାରେ ମୁର୍ତ୍ତିର ଉଚ୍ଚତା ସ୍ୱଭାବିକ ରହିବ ବୋଲି କୁହାଯାଇଛି। ପୁଣି ଦୁଇ ବର୍ଷ ପରେ କଟକରେ ପୂର୍ବ ଭଳି ଜାକଜମକରେ ପୂଜା କରିବା ପାଇଁ ସମସ୍ତ ପୂଜା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଜିଲ୍ଲାପାଳ ଓ ଦୁର୍ଗା ପୂଜା ଶାନ୍ତି କମିଟି ଚଳିତ ବର୍ଷ ପୂଜାକୁ ପ୍ରଦୂଷଣମୁକ୍ତ କରିବା ସହିତ ପୂଜାରେ ପଲିଥିନ ବ୍ୟବହରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି। ଏବର୍ଷ ପୂଜା ଚାନ୍ଦା ଆଦାୟ ବେଳେ ପୋଲିସ କଡ଼ା ନଜର ରହିବ ବୋଲି ପୋଲିସ କମିଶନର କହିଛନ୍ତି। ପୂଜା ପାଇଁ କୌଣସି ବ୍ୟକ୍ତିଙ୍କଠାରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରାହେବ ନାହିଁ ବୋଲି ଶାନ୍ତି କମିଟି ସ୍ପଷ୍ଟ କରିଛି।