ପ୍ରବାସୀ ଓଡ଼ିଆଙ୍କ ଚିନ୍ତା: ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହେଲେ ନବୀନ, ସାମିଲ ଥିଲେ ଧର୍ମେନ୍ଦ୍ର

Published By : Prameya-News7 Bureau | May 02, 2020 IST

ଭୁବନେଶ୍ବର୨/୫: ଲକଡାଉନ୍‌ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ, ମହାରାଷ୍ଟ୍ର ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ନେଇ ଆଲୋଚନା କରିଥିଲେ । ଆଜି ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ନବୀନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା ବେଳେ ଉପସ୍ଥିତ ଥିଲେ ।

{"id":263498,"sizeSlug":"large"}

ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରୁ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପା ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ ନବୀନଙ୍କ ଆଲୋଚନା ବେଳେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇ ରାଜ୍ୟରେ ଥିବା ଓଡ଼ିଆଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଉଦ୍ୟମ କରାଯିବ । ରବିବାର ଏକ ସ୍ବତନ୍ତ୍ର ଟ୍ରେନ୍ ରେ ବେଙ୍ଗାଳୁରୁରୁ ଫେରିବେ ଓଡ଼ିଆ ଶ୍ରମିକ । ଆନ୍ଧ୍ରରେ ରହିଥିବା ଓଡ଼ିଆ ଶ୍ରମିକଙ୍କୁ ସହାୟତା ପାଇଁ ଜଗନ ମୋହନଙ୍କୁ ପ୍ରଶଂସା କରିଛନ୍ତି ନବୀନ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ, ମହାରାଷ୍ଟ୍ର ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ନେଇ ଆଲୋଚନା କରିଥିଲେ।

{"id":263499,"sizeSlug":"large"}

ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରିବା ନିମନ୍ତେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ପରେ ପ୍ରବାସୀ ଓଡ଼ିଆଙ୍କ ମୁହଁରେ ହସ ଫୁଟିଛି । ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ୩ଟି ସ୍ପେଶାଲ ଟ୍ରେନ୍ ଓଡ଼ିଶା ଅଭିମୁଖେ ବାହାରିବ । ୨ଟି ଟ୍ରେନ୍ ଗୁଜରାଟର ସୁରଟରୁ ଏବଂ ଗୋଟିଏ ଟ୍ରେନ୍ କେରଳର ଏର୍ଣ୍ଣାକୁଲମରୁ ବାହାରିବ। ସୁରଟରୁ ବ୍ରହ୍ମପୁର ଅଭିମୁଖେ ଆସିବ ୨ଟି ସ୍ବତନ୍ତ୍ର ଟ୍ରେନ୍ । ଏହି ଟ୍ରେନକୁ ଜଗନ୍ନାଥପୁରରେ ଅଟକାଇବାକୁ ରାଜ୍ୟ ସରକାର ରେଳବାଇକୁ ଅନୁରୋଧ କରିଛନ୍ତି । ସେହିପରି ଏର୍ଣ୍ଣାକୁଲମରୁ ଭୁବନେଶ୍ବର ଅଭିମୁଖେ ବାହାରିଛି ସ୍ବତନ୍ତ୍ର ଟ୍ରେନ । ଷ୍ଟେସନ ଛାଡ଼ିବା ପୂର୍ବରୁ ଟ୍ରେନ୍ ଗୁଡ଼ିକୁ ବିଶୋଧନ କରାଯିବା ସହ ଶ୍ରମିକଙ୍କ ସ୍କ୍ରିନିଂ କରାଯାଇଛି ।  ଯାତ୍ରା ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିବା କେରଳ ପୋଲିସ ମହାନିର୍ଦେଶକ ଲୋକନାଥ ବେହେରା ସୂଚନା ଦେଇଛନ୍ତି ।

ଟ୍ରେନ ଯୋଗେ ଆସୁଥିବା ଶ୍ରମିକଙ୍କ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହା ସହ ଯେଉଁ ଷ୍ଟେସନରେ ଶ୍ରମିକ ଓହ୍ଲାଇବେ ସେଠାରେ ମଧ୍ୟ ବିଶୋଧନ ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.