ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ଜୋରଦାର, ଭକ୍ତଙ୍କ ପାଇଁ ନିର୍ମାଣ ହେବ ସେଡ୍

Published By : Prameya-News7 Bureau | December 11, 2023 IST

ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯିବ। ଛତିଶା ନିଯୋଗର ସଦସ୍ୟ ମାନେ ଅତିଦଳଥି ମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ଯିବେ। ତେବେ ଛତିଶା ନିଯୋଗର କେଉଁ କେଉଁ ସଦସ୍ୟ ମାନେ ଅତିଥିଙ୍କୁ ନିମନ୍ତ୍ରଣ କରିବା ପାଇଁ ଯିବେ ତା'ର ଏକ ତାଲିକା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅବସରରେ ଜଗନ୍ନାଥ ବଲ୍ଲଭ ଜଗନ୍ନାଥ ସଂସ୍କୃତିକୁ ନେଇ ଏକ ପ୍ରଦର୍ଶନୀ ଆୟୋଜନ ହେବ। ସେହିପରି ପୁରୀ ମୁନିସପାଲିଟି ମାର୍କେଟ୍ କମ୍ପ୍ଲେକ୍ସରେ ଏକ ଲେଜର ସୋର ମଧ୍ୟ ଆୟୋଜନ କରାଯିବ। ଏହି ପ୍ରଦର୍ଶନୀ ଓ ଲେଜର ସୋରେ ଶ୍ରୀମନ୍ଦିର ଐତିହ୍ୟ ପରମ୍ପରା ବିଷୟରେ ସୂଚନା ଦିଆଯିବ।

wp:heading {"level":4}

Also read- ପ୍ରଶାସନ ଦ୍ବାରା ଚିହ୍ନଟ ସ୍ଥାନରେ ବିକ୍ରି ହେବ ମହାପ୍ରସାଦ, ଭକ୍ତଙ୍କ ସେବନ ପାଇଁ ରହିବ ସ୍ବତନ୍ତ୍ର ସ୍ଥାନ

/wp:heading

ଏହି ଉତ୍ସବ ସମୟରେ ପୁରୀ ସହରବାସୀ ନିଜ ନିଜ ଅଞ୍ଚଳକୁ ପରିସ୍କାର ପରିଚ୍ଛନ ରଖିବା ସହ ଦୀପ ଜାଳିବାକୁ ଅନୁରୋଧ କରାଯାଇଛି। ଭକ୍ତମାନଙ୍କ ପାଇଁ ନିର୍ମାଣ ହେଉଥିବା ସ୍ବତନ୍ତ୍ର ଏସି କରିଡୋରରେ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ପାନୀୟ ଜଳ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଶ୍ରୀମନ୍ଦିର ନୀତି କାନ୍ତି ନେଇ ସୂଚନା ପ୍ରଦାନ କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ୨୫୦୦ ଭକ୍ତ ବସିବା ଭଳି ଏକ ସେଡ୍ ନିର୍ମାଣ କରାଯିବ। ଏହି ଅଭ୍ୟର୍ଥନା କେନ୍ଦ୍ରରେ ଭକ୍ତମାନେ କିଛି ସମୟ ବିଶ୍ରାମ ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇପାରିବେ। ଏଥିସହ ଭକ୍ତଙ୍କ ଲଗେଜ, ଜୋତା ଷ୍ଟାଣ୍ଡ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ରହିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

wp:heading {"level":4}

Also read- ୮ ଦିନ ଧରି ପମ୍ପ୍ ବନ୍ଦ: ମିଳୁନି ପେଟ୍ରୋଲ କିମ୍ବା ଡିଜେଲ, ବଢିଲା ଜନ ଅସନ୍ତୋଷ

/wp:heading

ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ କିଭଳି ସଫଳ କରାଯିବ ସେ ଦିଗରେ ସମସ୍ତେ ଆଗେଇ ଆସିବା ପାଇଁ ଅନୁରୋଧ କରିଛି ଛତିଶା ନିଯୋଗ। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକକୁ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଛତିଶା ନିଯୋଗ ସଦସ୍ୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଙ୍କ ସହ ପରିଚାଳନା କମିଟି ସେବାୟତ ସଦସ୍ୟ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.