ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର, ବାବା ଧବଳେଶ୍ଵରଙ୍କ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

Published By : Prameya-News7 Bureau | July 21, 2024 IST

ଆଠଗଡ ୨୧ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ନିକଟରେ ଜଳ ଲାଗି କରିବେ କାଉଡ଼ିଆ । ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ ବାବା ଧବଳେଶ୍ଵରଙ୍କ ପୀଠକୁ ବାହୁଙ୍ଗୀ ମନା । କଂକ୍ରିଟ ପୋଲ ପୂର୍ବରୁ ବାହୁଙ୍ଗୀ ରଖିବେ କାଉଡ଼ିଆ ମାନେ । ସେହିପରି ପୀଠକୁ ପ୍ଲାଷ୍ଟିକ୍ ଗଡୁ (କଳସୀ)କୁ ପ୍ରଶାସନ ଓ ପୂଜକ ସମିତି ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । ଶ୍ରଦ୍ଧାଳୁ ଓ କାଉଡ଼ିଆ ମାନଙ୍କ ଶାନ୍ତି ଶୃଙ୍ଖଳ ଦର୍ଶନ ଏବଂ ଜଳଲାଗି ପାଇଁ ଆଠଗଡ଼ ଦେବତ୍ତର ବିଭାଗ ପକ୍ଷରୁ କଙ୍କ୍ରିଟ ପୋଲ ଠାରୁ ଆରମ୍ଭ କରି ମନ୍ଦିର ବେଢା ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ମନ୍ଦିର ବେଢା ମଧ୍ୟରେ ଥିବା ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିବେ କାଉଡ଼ିଆ । ସେଥିପାଇଁ ପୂଜକ ସମିତି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଶ୍ରାବଣ ସୋମବାର ପାଞ୍ଚ ପାଳିରେ ଜଳାଭିଷେକ ହେବ ବୋଲି  ପୂଜକ ସମିତି ପକ୍ଷରୁ ସୂଚନା ।

You Can Read:

ଚୋରି ବାଇକ୍ ଉଦ୍ଧାର, ଦୁଇ ନାବାଳକଙ୍କ ସହ ଜଣେ ଯୁବକ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.