ଖୁବଶୀଘ୍ର ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ: କେଉଁ ଦଳର କିଏ ହେବ ପ୍ରାର୍ଥୀ ଓ କଣ ରଣନୀତି ଜଣନ୍ତୁ

Published By : Prameya-News7 Bureau | September 19, 2019 IST

ଭୁବନେଶ୍ବର୧୯|୯: ବିଜେପୁର ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ଆରମ୍ଭ ହୋଇଗଲାଣି ରାଜନୈତିକ କସରତ।  ବିଜେଡି ପ୍ରର୍ଥୀ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନ ନେଇଥିଲେ ମଧ୍ୟ  ସଙ୍ଗଠନକୁ ସୁଦୃଢ଼ କରିବାକୁ ସମନ୍ବୟ କମଟି ଗଠନ କରିଛି । ବିଜେପି ଏଥର ପଦ୍ମ ଫୁଟାଇବାକୁ ପ୍ରସ୍ତୁତ ଅଛି ବୋଲି କହୁଛି । କଂଗ୍ରେସରୁ ପ୍ରାର୍ଥୀ ହେବା ଲାଗି  ରିପୁନାଥ ସେଠ ଏବଂ ତାଙ୍କ ପୁଅ ଅଭିଷେକ ସେଠ ଜୋରଦାର ଲବି ଆରମ୍ଭ ହୋଇଛି।…

{"id":159871}

ଖୁବଶୀଘ୍ର ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ତାରିଖ ଘୋଷଣା ପୂର୍ବରୁ  ବିଜେପୁର ପାଇଁ ଅଣ୍ଟା ଭିଡିଲେଣି ତିନି ରାଜନୈତିକ ଦଳ । ଏଥର ବିଜେପୁର ବିଜେଡି ପାଇଁ ଅଧିକ ସମ୍ମାନର ପ୍ରଶ୍ନ । କାରଣ ମୁଖ୍ୟମନ୍ତ୍ରୀ ବିଜେପୁରରୁ  ପ୍ରତିନିଧିତ୍ବ କରିଥିଲେ ।

{"id":159872}

ମୁଖ୍ୟମନ୍ତ୍ରୀ ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେବା ପରେ ବିଜେଡି କାହାକୁ ପ୍ରାର୍ଥୀ କରୁଛି ତା ଉପରେ ନଜ ରହିଛି। କିନ୍ତୁ ପୂର୍ବତନ ବିଧାୟିକା​‌ ରୀତା ସାହୁଙ୍କ ନାଁ ଚର୍ଚ୍ଚାରେ ରହିଛି। ବିଜେପୁର ଦଖଲ ପାଇଁ ପୁଣି ପୁରୁଖା ନେତାଙ୍କୁ ବିଜେଡି ଦାୟୀତ୍ବ ଦେଇଛି।  ଏଥିପାଇଁ ସମନ୍ବୟ କମିଟି ଗଠନ କରିଛି।  ଯେଉଁଥିରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ସୁଶାନ୍ତ ସିଂ, ସଞ୍ଜୟ ଦାସ ର୍ବମା  ଏବଂ କଳିକେଶ ସିଂହ ଦେଓ ଅଛନ୍ତି।

{"id":159873}

ପ୍ରାର୍ଥୀ ଚୟନ ପାଇଁ ବିଜେପି ଏ ପର୍ଯ୍ୟନ୍ତ  କୌଣସି କମିଟି ଘୋଷଣା କରିନି । ତେବେ ପ୍ରାର୍ଥୀ ହେବା ପାଇଁ ଦଳରେ ପ୍ରତିଯୋଗିତା​‌ ଦେଖିବାକୁ ମିଳିଛି। ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ​‌ ସନତ ଗଡତିଆ  ପ୍ରାର୍ଥୀ ହୋଇଥିବା ​ବେଳେ ଏବେ ପଦ୍ବପୁର ପୂର୍ବତନ ବିଧାୟକ ମଧ୍ୟ ବିଜେପୁରରୁ ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି। 

{"id":159874}

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଛି । ବିଜେପୁର ପ୍ରାର୍ଥୀ କିଏ ହେବ ସେ ନେଇ ବିଜେପୁରରେ ତିନି ଦଫା ବୈଠକ ବି କରିସାରିଲେଣି। ସାଧରଣ ନିର୍ବାଚନ ପ୍ରାର୍ଥୀ ହୋଇଥିବା ରିପୁ ନାଥ ସେଠ ନଚେତ ତାଙ୍କ ପୁଅ ଅଭିଷେକ ସେଠ ମଇଦାନକୁ ଉତ୍ତାରିବାକୁ ଜୋର ଲବି କରୁଛନ୍ତି।

{"id":159876}

ବିଜେପୁର କଂଗ୍ରେସର ଗଡ ଥିଲା କିନ୍ତୁ ସୁବଳ ସାହୁଙ୍କ ଦେହାନ୍ତ ପରଠୁ ଏହା ବିଜେଡି ଗଡରେ ପରିଣିତ ହୋଇଛି।  କଂଗ୍ରେସ ପୁର୍ନାବାର ଗଡ ଆକ୍ତିଆର କରିବାକୁ ଚକ୍କରରେ ଥିବାବେଳେ ବିଜେପି ପଦ୍ବ ଫୁଟାଇବା ଯୋଜନାରେ ଅଛି।

{"id":159877}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.