krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁରୀରେ ପଞ୍ଚୁକ ପ୍ରସ୍ତୁତି, ଶ୍ରୀମନ୍ଦିରରୁ ମାର୍କେଟ୍ ଛକ ଯାଏଁ ବନ୍ଦ ରହିବ ଉଠା ଦୋକାନ

21/11/2023 at 2:46 PM

ପୁରୀ ୨୧।୧୧: ପଞ୍ଚୁକ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ।‌ ପଞ୍ଚୁକ ପାଇଁ ଶ୍ରୀମନ୍ଦିର ଠାରୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ଆଜିଠାରୁ ସମସ୍ତ ଉଠା ଦୋକାନ ବନ୍ଦ ରହିବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡିଂ କରାଯିବ । ମାର୍କେଟ୍ ଛକରୁ ଗାଡି ଚଳାଚଳ ବନ୍ଦ କରାଯିବ । ପଞ୍ଚୁକରେ ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ବେଚ୍ଛାସେବୀ ମୁତୟନ ରହିବେ ।

ସେପଟେ ବଡଦାଣ୍ଡର ଦୁଇ ପାର୍ଶ୍ୱରେ ଅସ୍ଥାୟୀ ଶୌଚାଳୟ କରାଯାଇଛି । ଡାକବାଜି ଯନ୍ତ୍ରରେ ଦର୍ଶନ ବ୍ୟବସ୍ଥା ଉପରେ ସୂଚନା ଦିଆଯାଉଛି । ଭକ୍ତଙ୍କ ଲାଗି ପ୍ରତି ସେଡ୍‌ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ସୁରକ୍ଷା ଦୃଷ୍ଟିରୁ ପଞ୍ଚୁକ ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଦର୍ଶନ ବ୍ୟବସ୍ଥା ନେଇ ଅନୁଧ୍ୟାନ ପରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଓ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

You Can Read :

   Related Posts