ସାର୍ବଜନୀନ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ, ୨ ବର୍ଷ ପରେ ଆଡମ୍ବରରେ ହେବ ପୂଜା
20/08/2022 at 7:34 PM

ଦେବଗଡ: ଦେବଗଡର ପ୍ରସିଦ୍ଧ ସାର୍ବଜନୀନ ଗଣେଶ ପୂଜା ପାଇଁ ଶନିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବଗଡ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଏସପି ପ୍ରମୋଦ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ଗଣେଶ ପୂଜା କିଭଳି ଶାନ୍ତି ଶୃଙ୍ଖଳାର ସହ ଆୟୋଜିତ ହେବ ସେନେଇ ସରକାରୀ ଅଧିକାରୀ ଓ ପୂଜା କମିଟି ମଧ୍ୟରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। କୋଭିଡ କଟକଣା ପରବର୍ତ୍ତୀ ଅବସ୍ଥାରେ ଦୁଇ ବର୍ଷ ପରେ ପୁଣି ଥରେ ଆନନ୍ଦ ଉଲ୍ଲାସ ସହ ଗଣେଶ ପୂଜା ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ବିଭିନ୍ନ ବିଭାଗ ର ସରକାରୀ ଅଧିକାରୀ ଯୋଗ ଦେଇଥିଲେ।
Related Posts
ମନ୍ଦିରରେ ପଶି ଉତ୍ପାତ କଲା ଦନ୍ତା; ହାତୀ ଆକ୍ରମଣରେ କର୍ମଚାରୀ ଗୁରୁତର
27 January 2023