ବୋଲବମ୍ ଯାତ୍ରା ନେଇ ପ୍ରଶାସନ ପକ୍ଷରୁ ତତ୍ପରତା, ମହାବିନାୟକ ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ

Published By : Prameya-News7 Bureau | July 11, 2022 IST

ଚଣ୍ଡିଖୋଲ ୧୧।: ଶ୍ରାବଣ ମାସରେ ବୋଲବମ୍ ଯାତ୍ରାକୁ ନେଇ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଏକ ପ୍ରସିଦ୍ଧ ତଥା ଯାଜପୁର ଜିଲ୍ଲାର ପ୍ରମୁଖ ଶୈବ ପୀଠ ମହାବିନାୟକରେ ବୋଲବମ୍ ଯାତ୍ରାକୁ ନେଇ ଦର୍ପଣ ତହସିଲଦାରଙ୍କ ଅଧ୍ୟକ୍ଷତାରେ ମହାବିନାୟକ ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରାବଣ ମାସରେ ମହାବିନାୟକ ଶୈବ ପୀଠକୁ ହଜାର ହଜାର କାଉଡିଆଙ୍କ ସମାଗମ ହୋଇଥାଏ ।

{"id":654473,"width":841,"height":457,"sizeSlug":"full","linkDestination":"none"}

କାଉଡିଆମାନେ ପାଣିଭାର ନେଇ କିଭଳି ଶାନ୍ତି ଶୃଙ୍ଖଳାରେ ମନ୍ଦିରରେ ପହଞ୍ଚି ଜଳାଭିଷେକ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବୈଠକରେ ଦର୍ପଣ ତହସିଲଦାରଙ୍କ ସହ ମନ୍ଦିର ଟ୍ରଷ୍ଟ ସଭାପତି, ସେବାୟତ, ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ଉପସ୍ଥିତ ରହିଥିଲେ । କୋଭିଡ୍ ମହାମାରୀ ପାଇଁ ଦୁଇ ବର୍ଷ ଧରି ବୋଲବମ୍ ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ବୋଲବମ୍ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.