ଆସନ୍ତା ୫ରେ ପ୍ରଧାନମନ୍ତ୍ରୀଙ୍କ ଯାଜପୁର ଗସ୍ତ, ସ୍ଥିତି ସମୀକ୍ଷା କଲେ ପୋଲିସ ଓ ପ୍ରଶାସନିକ ଅଧିକାରୀ

Published By : Prameya-News7 Bureau | March 02, 2024 IST

ଚଣ୍ଡିଖୋଲ ୨୩: ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଜପୁର ଗସ୍ତ । ଯାଜପୁର ସ୍ଥିତ ଚଣ୍ଡିଖୋଲ ଗସ୍ତ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେଥିପାଇଁ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ସମୀକ୍ଷା କରୁଛନ୍ତି । ରାଜ୍ୟ ପୋଲିସର ଉଚ୍ଚ ପଦସ୍ତ ଅଧିକାରୀ ଓ କେନ୍ଦ୍ରୀୟ ପୋଲିସ ଅଧିକାରୀ, ଯାଜପୁର ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ସଭାସ୍ଥଳ ଓ ହେଲିପ୍ୟାଡ଼ ସ୍ଥାନକୁ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି ।

ଅନ୍ୟପଟେ ହେଲିପ୍ୟାଡ଼ ଓ ସଭାସ୍ଥଳକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଉଛି । ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଚଣ୍ଡିଖୋଲ ଗସ୍ତ ରହିଥିବା ବେଳେ ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥକୁ ୮ ଲେନ୍ ବିଶିଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର କରିବା ସହ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

You Can Read :

wp:embed {"url":"https://www.prameyanews7.com/unknown-man-hanging-dead-body-found-in-keonjhar-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/unknown-man-hanging-dead-body-found-in-keonjhar-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.