ବାଲିଯାତ୍ରା ୨୦୨୩ : ୬ଟି ସ୍ଥାନରେ ଚାଲିଛି ପ୍ଲଟ ନିଲାମ ପ୍ରକ୍ରିୟା, ୧୫ ତାରିଖ ଯାଏଁ ଚାଲିବ

Published By : Prameya-News7 Bureau | November 11, 2023 IST

କଟକ ୧୧।୧୧: ବାଲିଯାତ୍ରା ୨୦୨୩ ପାଇଁ ଆରମ୍ଭ ହେଲା ପ୍ଲଟ ନିଲାମ ପ୍ରକ୍ରିୟା । ୬ଟି ସ୍ଥାନରେ ୧୦ ଟି କାଉଣ୍ଟରରେ ଚାଲିଛି ନିଲାମ ପ୍ରକ୍ରିୟା ।ବାରବାଟୀ ପ୍ୟାଲେସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, DRDA ଅଫିସ ସମେତ ୬ଟି ସ୍ଥାନରେ ଚାଲିଛି ନିଲାମ ପ୍ରକ୍ରିୟା।ସବୁ କାଉଣ୍ଟରରେ କରାଯାଇଛି ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା ବ୍ୟବସ୍ଥା। ଆସନ୍ତା ୧୫ ତାରିଖ ଯାଏ ଚାଲିବ ପ୍ଲଟ ନିଲାମ। ୯୦୦ରୁ ଅଧିକ ବ୍ୟବସାୟୀ ବାଲିଯାତ୍ରା ପାଇଁ ପ୍ଲଟ ପଞ୍ଜିକରଣ କରିଛନ୍ତି।

wp:embed {"url":"https://www.prameyanews7.com/baliytara-preparation-start-at-maahanadi-ghat/","type":"wp-embed","providerNameSlug":"prameya-news-7"}
https://www.prameyanews7.com/baliytara-preparation-start-at-maahanadi-ghat/
/wp:embed

ସୂଚନାଯୋଗ୍ୟ ଯେ, ନଭେମ୍ବର ମାସ ୨୭ ତାରିଖରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ନଭେମ୍ବର ମାସ ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହି ବାଲିଯାତ୍ରା ଚାଲିବ । ତେବେ ଚଳିତବର୍ଷ ୮ ଦିନ ଧରି ବାଲିଯାତ୍ରା ହେବା ନେଇ ସୂଚନା ରହିଛି । ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଚିତ୍ତାକର୍ଷକ ଓ ସୁରକ୍ଷିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

wp:embed {"url":"https://www.prameyanews7.com/sourav-ganguly-spoke-about-rohit-sharmas-captaincy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sourav-ganguly-spoke-about-rohit-sharmas-captaincy/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.