ବିଜୁ ପଟନାୟକ ବିମାନ ବନ୍ଦରରେ ଆଜିଠାରୁ ଆରମ୍ଭ ହେଲା ପ୍ରିପେଡ କାର ସେବା : ୫ କିଲୋ ମିଟରକୁ ୨୧୦ ଟଙ୍କା

Published By : Prameya-News7 Bureau | January 26, 2019 IST

ଭୁବନେଶ୍ବର୨୬|୧: ବିଜୁ ପଟନାୟକ ବିମାନ ବନ୍ଦରରେ ଆଜିଠାରୁ ଆରମ୍ଭ ହେଲା ପ୍ରିପେଡ କାର ସେବା । ଜଣେ ଯାତ୍ରୀ ଏୟାରପୋର୍ଟରୁ ଜଦି ୫ କିଲୋମିଟର ପର୍ଯ୍ୟନ୍ତ ଟ୍ୟାକ୍ସି ଏହି ପ୍ରିପେଡ କେନ୍ଦ୍ରରୁ ନେବ ତେବେ ଗ୍ରାହକଙ୍କୁ ଦେବାକୁ ପଡିବ ୨୧୦ ଟଙ୍କା ।

{"id":78456}

ପୂର୍ବରୁ ଏୟାର ପୋର୍ଟରେ କୌଣସି ବିମାନ ଯାତ୍ରୀ ଓହ୍ଲାଇଲେ ବିମାନ ବନ୍ଦର ବାହାରକୁ ଯିବାକୁ କୌଣସି ନା କୌଣସି ଟ୍ୟାକ୍ସିର ସହାୟତା ନେଇଥାନ୍ତି । ଏଥିପାଇଁ କିଲୋମିଟର ପିଛା କୌଣସି ରେଟ ଧାର୍ଯ୍ୟ କରାଯାଇନଥାଏ । ଟ୍ୟାକ୍ସି ଚାଳକ ମନଇଛା ଗ୍ରାହକଙ୍କୁ ଲୁଟିଥାନ୍ତି । ଏଥିପାଇଁ ବାରମ୍ବାର ଏୟାପୋର୍ଟ ଅଥରିଟି ଓ କମିସନରେଟ ପୋଲିସ ଆଗରେ ଅଭିଯୋଗ ହୋଇ ଆସୁଥିଲା । ଏହି ଅଭିଯୋଗକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ସହାୟତାରେ ଏୟାରପୋର୍ଟ ଭିତରେ ଏକ ପ୍ରିପେଡ ଟ୍ୟାକ୍ସି ସେବାକୁ ଉଦଘାଟନ କରିଛନ୍ତି ପୋଲିସ କମିସନର ସତ୍ୟଜିତ ମହାନ୍ତି ।

{"id":78457}

ସେପଟେ ଏୟାରପୋର୍ଟ ନିର୍ଦ୍ଦେଶକଙ୍କ କହିବା କଥା ଏୟାପୋର୍ଟ ଭିତରେ କୌଣସି ଟ୍ୟାକ୍ସି ସେବା ଆଜି ପର୍ଯ୍ୟନ୍ତ ରଖାଯାଇନଥିଲା । ଯାହା ଫଳରେ ବିଭିନ୍ନ ଟ୍ୟାକ୍ସି ଗ୍ରାହକଙ୍କୁ ଶୋଷଣ କରିବାକୁ ପଛାଉ ନଥିଲେ । ଏବେ କିନ୍ତୁ ପ୍ରିପେଡ ଟ୍ୟାକ୍ସି ସେବା ହେବା ଦ୍ବାରା ୫ କିଲୋ ମିଟରକୁ ୨୧୦ ଟଙ୍କା ୫ରୁ ୧୦ କିଲୋ ମିଟର ପାଇଁ ୨୮୫ ଟଙ୍କା ୧୦ ରୁ ୧୫ କିଲୋମିଟର ପାଇଁ ୩୬୦ ଟଙ୍କା ଓ ୧୫ ରୁ ୨୦ କିଲୋମିଟର ପାଇଁ ୪୩୫ ଟଙ୍କା ଜଣେ ପ୍ରି ପେଡ ଟାକ୍ସି ଗ୍ରାହକଙ୍କୁ ଦେବାକୁ ପଡିବ ।

{"id":78458}

ବିଜୁ ପଟନାୟକ ବିମାନ ବନ୍ଦରକୁ ଭୁବନେଶ୍ବରରେ ଏବେ ଯାତ୍ରୀଙ୍କ ସୁଅ ଛୁଟୁଛି । ରେଳ ଅପେକ୍ଷା ବହୁ ଯାତ୍ରୀ ଏବେ ବିମାନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି । ଆଗକୁ ମଧ୍ୟ କେବଳ ଟ୍ୟାକ୍ସି ନୁହେଁ ଯାତ୍ରୀ ମାନଙ୍କ ପାଇଁ ନୂଆ ନୂଆ ସେବା ଯୋଗାଇଦେବାର ପ୍ରୟାସ ଜାରି ରହିବ  ବୋଲି ଏୟାରପୋର୍ଟ ନିର୍ଦ୍ଦେଶକ କହିଛନ୍ତି

{"id":78460}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.