Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ସମ୍ପର୍କ ରଖିବାକୁ ମନା କରିବାରୁ ରାଗିଗଲା ପ୍ରେମିକ, ଜଙ୍ଘକୁ ମାରିଲା ଗୁଳି

15/03/2023 at 12:53 PM

ବାରିପଦା ୧୫/୦୩ : ପ୍ରେମିକାକୁ ଗୁଳି କରି ପ୍ରେମିକର ହତ୍ୟା ଉଦ୍ୟମ । ଘଟଣାରେ ପ୍ରେମିକ ସମେତ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ।

ସୂଚନାଥାଉକି କିଛି ବର୍ଷ ପୂର୍ବରୁ ରାଇରଙ୍ଗପୁର ଅଞ୍ଚଳର ଅର୍ଜୁନ ପଣ୍ଡାଙ୍କ ସହିତ ବିଶୋଇ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତେବେ ଅର୍ଜୁନ ଅନ୍ୟ ଜଣଙ୍କୁ ବିବାହ କରିଥିଲେ ମଧ୍ୟ ଉକ୍ତ ଯୁବତୀକୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଏ ନେଇ ଯୁବତୀ ଜଣକ ମନା କରିବାରୁ ଅର୍ଜୁନ ସବୁଦିନ ପାଇଁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ।

ଗୋରୁମହିଷାଣୀ ଅଞ୍ଚଳର ନାକିମ ଖାନ ପାଖରୁ ଏକ ଦେଶୀ ମାଉଜର ବନ୍ଧୁକ କିଣି ଆଣି ଗତ ଗୁରୁବାର ଯୁବତୀଙ୍କୁ ଏକ ଟାଟା ମ୍ୟାଜିକ ଗାଡ଼ିରେ ବସାଇ ରାଇରଙ୍ଗପୁର ଅଞ୍ଚଳର ଖଡଖାଇ ବନ୍ଧକୁ ନେଇ ଯାଇ ସେଠାରେ ତାଙ୍କୁ ଗୁଳି ମାଡ କରିଥିଲା । ଗୁଳିଟି ଯୁବତୀଙ୍କ ଜଙ୍ଘରେ ବାଜି ବାହାରି ଯାଇଥିଲା । ସେତିକିରେ ବୁଝିନଥିଲା ମନ ।

ପରେ ଯୁବତୀକୁ ସେଠାରୁ ବିଶୋଇ ନେଇ ଜଣେ ମହିଳାଙ୍କ ଘରେ ନଜର ବନ୍ଦୀ ଭାବେ ରଖିଥିଲା । କୌଣସି ମତେ ଯୁବତୀ ଜଣକ ତାଙ୍କ ମାମୁଁଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଘଟଣା ବିଷୟରେ ଜଣାଇଥିଲେ । ଏ ନେଇ ଯୁବତୀଙ୍କ ମାମୁଁ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇ ବିଶୋଇ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଯୁବତୀଙ୍କୁ ଉଦ୍ଧାର କରି ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ଅର୍ଜୁନ, ବନ୍ଧୁକ ଯୋଗାଇ ଥିବା ନାକିମ ଖାନ ଓ ଜନୈକ ମହିଳା ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ତା ସହିତ ଘଟଣାରେ ବ୍ୟବହୃତ ବନ୍ଧୁକ, ଟାଟା ମ୍ୟାଜିକ, ଏକ ସ୍କୁଟି ଓ ୩ ଟି ମୋବାଇଲ ଜବତ କରିଛି ପୋଲିସ । ଏନେଇ ବିଶୋଇ ଥାନା ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିବା ସହ ପୋକ୍ସୋ ଆକ୍ଟରେ ସମସ୍ତ ତିନି ଅଭିଯୁକ୍ତଙ୍କୁ ବାରିପଦା କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି।

   Related Posts