ବିବାହର ପ୍ରତିଶୃତି ଦେଇ ପ୍ରତାରଣା ଅଭିଯୋଗ, ଫେରାର ପ୍ରେମିକକୁ ଧରିଲା ପୋଲିସ

Published By : Prameya-News7 Bureau | August 31, 2020 IST

ଭୁବନେଶ୍ୱର ୩୧।୦୮: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ । ପ୍ରତାରଣା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଚକେଇସିହାଣି ଅଞ୍ଚଳର ତପନ କୁମାର ସାହୁ(୨୫) ।

ସୂଚନାଯୋଗ୍ୟ ଯେ,  ଅଭିଯୁକ୍ତ ତପନ ପାରାଦୀପରୁ ଆସି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ଅଞ୍ଚଳରେ ରହୁଥିଲେ। ଘର ସାମ୍ନାରେ ରହୁଥିବା ଜଣେ ୨୪ବର୍ଷୀୟା ଯୁବତୀଙ୍କ ସହିତ ତାଙ୍କର ଦେଖା ହୋଇଥିଲା , ଏବଂ ପରେ ଉଭୟଙ୍କ ଦେଖା ପ୍ରେମରେ ବଦଳିଯାଇଥିଲା । ଉଭୟଙ୍କ ମଧ୍ୟରେ ଦିନକୁ ଦିନ ସଂମର୍କ ବଢିବାକୁ ଲାଗିଥିଲା । କିଛି ଦିନ ପରେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ ତପନ ।

ଏହାର କିଛି ଦିନ ପରେ ସମ୍ପୃକ୍ତ ଯୁବତୀ ଜଣଙ୍କ ତପନଙ୍କ ପାଖରେ ଆସି ରହିବାକୁ ଲାଗିଲେ । ଏକାଠି ରହିବାର କିଛିଦିନ ପରେ ତପନ ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଏହାପରେ ସେ ଫେରାର ହୋଇଯାଇଥିଲେ । ଏ ସଂପର୍କରେ ଯୁବତୀ ଜଣଙ୍କ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ ତପନଙ୍କୁ ପୋଲିସ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.