ଡାକ୍ତରଖାନାରେ ଚାଲିଥିଲା ରାସଲୀଳା: ଧରିଲେ, ଦେଲେ ଉତ୍ତମ ମଧ୍ୟମ

Published By : Prameya-News7 Bureau | December 17, 2022 IST

ବଲାଙ୍ଗୀର ୧୭/୧୨: ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ରାତି ପ୍ରାୟ ୧୧ଟାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ସହ ପାଟି କରୁଥିଲେ କିଛି ମହିଳା । କେବଳ ପାଟି କରୁନଥିଲେ ଘେରି ଯାଇ ଜଣେ ଯୁବତୀଙ୍କୁ ବି ମାରିଥିଲେ ମାଡ । ତେବେ କେବଳ ଯୁବତୀ ନୁହେଁ ଜଣେ ପୁରୁଷ ବି ଖାଉଥିଲେ ଉତ୍ତମ ମଧ୍ୟମ ।

ତେବେ ପଚାରିବାରୁ ବ୍ୟକ୍ତି ଜଣଙ୍କ ଦେଇଚାଲିଥିଲେ କୈଫିୟତ ଉପରେ କୈଫିୟତ । ତଥାପି ଗୋଟିଏ ବି ମାଡ ତଳେ ପଡୁନଥିଲା । ଘଟଣା କଣ ଜାଣିବା ପାଇଁ ଚେଷ୍ଟା କଲା ବେଳେ ପ୍ରସଙ୍ଗ ସଙ୍ଗୀନ ଥିଲା । ଡାକ୍ତରଖାନା ସୁରକ୍ଷା କର୍ମୀ ଖବର ପାଇଥିଲେ ଯେ ଛାତ ଉପରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ଓ ଜଣେ ଯୁବତୀ ସହ ଅନ୍ଧାରରେ ଗପସପ କରୁଛନ୍ତି । ତେବେ ରାତି ୧୧ରେ ଶୀତ ରାତିରେ କି ଗପସପ ? ଫଳରେ ବଢିଥିଲା ସନ୍ଦେହ ।

ପଚରାଯିବାରୁ ଚିକଲବାହାଲ ପଞ୍ଚାୟତ ଫଟକରା ଗାଁରେ ବୋଲି ଜଣାପଡିଥିଲା । ଯୁବତୀଙ୍କୁ କଣ୍ଟାବାଞ୍ଜିରେ ଛାଡିଦେବେ କହିଥିଲେ । ହେଲେ ଛାଡିବାକୁ ନଯାଇ ଛାତ ଉପର କଣ କରୁଥିଲେ ବୋଲି ଉଭୟଙ୍କୁ କରାଯଇଥିଲା ପ୍ରଶ୍ନ । ହେଲେ ଉଭୟଙ୍କ ଦେଇଥିବା ଉତ୍ତର ନଥିଲା ସନ୍ତୁଷ୍ଟି ଜନକ । କଥାରେ ନଥିଲା ତାଳମେଳ । ଫଳରେ ଲୋକେ ଘେରି ଯାଇ ଉଭୟଙ୍କୁ ଦେଇଥିଲେ ଉତ୍ତମ ମଧ୍ୟମ । ଖବର ପାଇ ବଲାଙ୍ଗୀର ସହରାଞ୍ଚଳ ପୋଲିସ ପହଞ୍ଚି ଉଭୟଙ୍କୁ ଗାଡିରେ ବସାଇ ଆଣିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.