ପ୍ରେମ ବିବାହ କରି କୁକୁର ଭଳି ମାଡ଼ ଖାଇଲେ ଯୁବକ: ବେକରେ ପଟି ବାନ୍ଧି ଯୁବତୀଙ୍କ ପରିବାର ଲୋକେ ନିସ୍ତୁକ ବାଡ଼େଇଲେ...

Published By : Prameya-News7 Bureau | February 23, 2020 IST

ନୂଆଦିଲ୍ଳୀ୨୩/୨: ପ୍ରେମ ବିବାହ କରି ପିଟା ଖାଇଲେ ଯୁବକ। ଯୁବକଙ୍କ ଗଳାରେ କୁକୁର ପଟି ବାନ୍ଧି କୁକୁର ଭଳି ଭୋକିବା ପାଇଁ ବାଧ୍ୟ କରାଯାଇଥିଲା। କୁକୁର ଭଳି ତାଙ୍କୁ ଧରି ନିର୍ଧୁମ ମାଡ଼ ମାରି ଯୁବକଙ୍କୁ ଲହୁ ଲୁହାଣ କରି ଦେଇଥିଲେ। ଅନ୍ୟ କେହି ନୁହେଁ ସେ ଯେଉଁ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ ତାଙ୍କ ସଂପର୍କୀୟ ଲୋକେ ଏଭଳି ନିସ୍ତୁକ ମାଡ଼ ମାରିଥିଲେ। ଗାଜିଆବାଦର ମସୁରୀ ଥାନା ଅଞ୍ଚଳରେ ଏଭଳି ଅମାନବୀୟ ଘଟଣା ଘଟିଛି।

ଗାଜିଆବାଦର ପୋଲିସର ସୂଚନା ମୁତାବକ, ପୀଡ଼ିତ ଇକରାମୁଦ୍ଦୀନ ଓରଫ୍‌ ବବଲୁ ମସୁରୀ ଯୁବତୀ ହେନାଙ୍କୁ ପ୍ରେମ ବିବାହ କରିଥିଲେ।୨୦୧୮ ମସିହା ଫେବୃଆରୀ ୧୨ ତାରିଖରେ ପୁଅ ଓ ଝିଅ ପରସ୍ପରକୁ କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ। ପ୍ରେମିକ ଓ ପ୍ରେମିକ ଉଭୟ ଗୋଟିଏ ଗାଁର ବାସିନ୍ଦା ଅଟନ୍ତି। ବିବାହର ଏକ ବର୍ଷ ଅର୍ଥାତ ୨୦୧୯ ମସିହା ୧୬ ତାରିଖରେ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ଜବରଦସ୍ତ ଉଠାଇ ନେଇ ଯାଇଥିଲେ। ଏପରି କି ଘରକୁ ନେବା ପରେ ଯୁବତୀଙ୍କୁ ନିର୍ଯାତନା ଦେବା ସହ ମାଡ଼ ମରା ଯାଇଥିଲା। ୨୦୧୯ ମସିହା ମେ ୧୬ ତାରିଖରେ ହସ୍ପିଟାଲରେ ଯୁବତୀ ଆଡମିଟ୍ ହୋଇଥିଲେ।

{"id":228232,"sizeSlug":"large"}

ପୀଡିତ ଯୁବକ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ। କିଛି ମାସ ଧରି ଉଭୟଙ୍କ ମାମଲା ଥାନାରେ ବିଚାରଧୀନ ଅବସ୍ଥାରେ ଥିଲା। ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଯୁବକଙ୍କ ଉପରେ ମଧ୍ୟ ପରିବାର ଲୋକେ ଲଦି ଦିଆଯାଇଥିଲା। କିନ୍ତୁ ଏବେ ଅନ୍ୟ ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଯୁବତୀଙ୍କ ପରିବାର ଲୋକେ ମାଡ଼ ମାରି ଯୁବକଙ୍କୁ ଲହୁଲହୁଣା କରି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.