ସବୁଠୁ ଲମ୍ବା କରଓ୍ବାଚୌଥ ପାଳନ କଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା : ସ୍ବାମୀଙ୍କ ସହ ଫଟୋ ସେୟାର କରି ଲେଖିଲେ ଖାସ୍ ମ୍ୟାସେଜ୍
7/11/2020 at 12:20 PM

ନୂଆଦିଲ୍ଲୀ ୭/୧୧: ଭାରତରେ ବିବାହିତା ମହିଳାଙ୍କ ପାଇଁ କରଓ୍ବାଚୌଥ ବ୍ରତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଏହାର ଚମତ୍କାର ଉଦାହରଣ ଦେଖାଇଛନ୍ତି ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା। ପ୍ରୀତି ଦୁବାଇରୁ ଲସ୍ ଏଞ୍ଜେଲସ୍ ଯାଏଁ ଦୀର୍ଘକାଳୀନ ଯାତ୍ରା ପରେ ସ୍ବାମୀ ଜେନ୍ ଗୁଡଇନଫଙ୍କ ସହ କରଓ୍ବାଚୌଥ ସେଲିବ୍ରେଟ୍ କରିଛନ୍ତି।

ପ୍ରୀତି ଏହି ସମୟର ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଲାଲ ରଙ୍ଗର ଡ୍ରେସରେ ହେଭି ଜୁଏଲାରୀ ସହ ପ୍ରୀତି ଜେନଙ୍କ ସହ ସୁନ୍ଦର ଦେଖାଯାଉଛନ୍ତି।

ପ୍ରୀତି ଫଟୋ ସେୟାର କରି ଲେଖିଛନ୍ତି ଯେ,‘ ସମସ୍ତଙ୍କୁ ଶୁଭ କାମନା ଯେଉଁମାନେ କରଓ୍ବାଚୌଥ ପାଳନ କରିଛନ୍ତି। ତାଙ୍କ ପାଇଁ ଏହା ସବୁଠୁ ଲମ୍ବା ଥିଲା। ଆରମ୍ଭ କଲେ ଦୁବାଇରେ,ବାଦଲ୍ ମଧ୍ୟ ଦେଇ ଏଲ.ଏରେ ଲ୍ୟାଣ୍ଡ କଲେ। ଲହା ସବୁ କିଛି ହେବାର ଥିଲା କାରଣ ଶେଷରେ ତାଙ୍କୁ ତାଙ୍କ ସ୍ବାମୀଙ୍କୁ ଦେଖିବାକୁ ମିଳିଥିଲା। ସେ ତାଙ୍କ ସ୍ବାମୀଙ୍କୁ ବହୁତ ଭଲ ପାଆନ୍ତି।#ହ୍ୟାପିକରଓ୍ବାଚୌଥ#ପତିପରମେଶ୍ବର#ଟିଙ୍ଗ୍।

ଏଥିରେ ପ୍ରିୟଙ୍କା ଚୋପ୍ରା ଏକ ହାର୍ଟ ଥିବା ଆଖିର ଇମୋଜୀ କରିଛନ୍ତି। ପ୍ରୀତିଙ୍କ ପ୍ରଶଂସକ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ। ଜଣେ ପ୍ରଶଂସକ ଲେଖିଥିଲେ,‘ ଲଭ ୟୁ। ତୁମେ ଭଲ ଦେଖାଯାଉଛ।’ ଆଉ ଜଣେ ପ୍ରଶଂସକ ଲେଖିଥିଲେ,‘ ତୁମେ ବହୁତ ସୁନ୍ଦର ଦେଖାଯାଉଛ’।

ପ୍ରୀତି ଜିଣ୍ଟା କିଙ୍ଗସ୍ ଇଲେଭେନ୍ ପଞ୍ଜାବର କୋ-ଓନର। ଏବେ ଆଇପିଏଲ୍ ମ୍ୟାଚ୍ ଚାଲୁଛି ଯାହା ଫଳରେ ପ୍ରୀତି ଦୁବାଇରେ ଥିଲେ। ତାଙ୍କ ଟିମ୍ ପ୍ଲେ ଅଫ୍ ଯାଏଁ ପହଞ୍ଚି ପାରିନାହିଁ। ଏହା ପରେ ପ୍ରୀତି କରଓ୍ବା ଚୌଥରେ ସ୍ବାମୀଙ୍କ ସହ ସେଲିବ୍ରେଟ୍ କରିବା ପାଇଁ ଦୁବାଇର ଲସ୍ ଏଞ୍ଜେଲସ୍ ପହଞ୍ଚିଥିଲେ।

ପ୍ରୀତି ୧୯୯୮ମସିହାରେ ଫିଲ୍ମ ଦିଲ ସେ ରୁ ଅଭିନୟ ଆରମ୍ଭ କରିଥିଲେ। ଏହା ପରେ ସେ ଅନେକ ସଫଳ ଫିଲ୍ମରେ ନିଜ ଅଭିନୟର କମାଲ ଦେଖାଇଥିଲେ। ଶେଷ ଥର ପ୍ରୀତି ୨୦୧୮ମସିହାରେ ଫିଲ୍ମ ଭଇୟା ଜୀ ସୁପରହିଟ୍ରେ ଦେଖାଯାଇଥିଲେ।
