ଗର୍ଭବତୀ ମହିଳାଙ୍କ ମୃତ୍ୟୁ : ଯୌତୁକ ପାଇଁ ଶ୍ୱଶୁର ଘରଲୋକ ହତ୍ୟା କରିଥିବା ଅଭିଯୋଗ

Published By : Prameya-News7 Bureau | February 16, 2019 IST

ସୋରୋ ୧୬/୨ : ସୋର ଡାକ୍ତରଖାନାରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ମହିଳାଙ୍କ ଭାଇ ହତ୍ୟା ଅଭିଯୋଗ ଆଣିଛନ୍ତି । ତିନ ବର୍ଷ ତଳେ ସୋର ଆଙ୍ଗୁଳା ସୋଲପଟା ଗ୍ରାମର ପ୍ରତାପ ରାଉତ ଖଇରା ସୁନ୍ଦରପୁର ଗ୍ରାମର କୈଳାସ ବହେରାଙ୍କ ଝିଅ ସସ୍ମିତାକୁ ବୈଦିକ ରୀତିରେ ବିବାହ କରିଥିଲେ । ସକାଳେ ସସ୍ମିତାର ପେଟକାଟି ଗୁରୁତର ହୋଇ ପଡିବାରୁ ତାକୁ ଶ୍ବଶୁର ଘର ଲୋକ ଚିକିତ୍ସା କରିବାକୁ ସୋର ଡାକ୍ତରଖାନାକୁ ଆଣିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ନେବା ବଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସସ୍ମିତାଙ୍କ ଭାଇ ରବୀନ୍ଦ୍ର କୁମାର ବେହେରା ସୋର ଥାନାରେ ଅଭିଯୋଗ କରିଛନ୍ତି ସସ୍ମିତାଙ୍କ ବିବାହ ସମୟରେ ନଗଦ ୫୦ ହଜାର ଟଙ୍କା ଜାନି ଯୌତୁକ ଦିଆଯାଇ ବିବାହ କରାଯାଇଥିଲା । ବିବାହ ପର ଠାରୁ ସସ୍ମିତାଙ୍କୁ ଅଧିକ ଯୌତୁକ ଦେବା ପାଇଁ ଦାବି କରି ସସ୍ମିତାଙ୍କୁ ଶାରିରିକ ମାନସିକ ନିର୍ଯ୍ୟାତନା ଶ୍ବଶୁର ଘର ପରିବାର ଦେଉଥିଲେ। ସସ୍ମିତାଙ୍କୁ ତାଙ୍କ ସ୍ବାମୀ ଓ ଶାଶୁ ମାରି ଦେଇଥିବା ରବୀନ୍ଦ୍ର ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.