କଳାହାଣ୍ଡିରେ ୪ କି:ମି: ଖଟିଆରେ ବୁହା ହେଲେ ଗର୍ଭବତୀ
28/09/2018 at 12:14 PM

କଳାହାଣ୍ଡି ୨୮/୯ : ପୁଣି ଚାରି କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ । କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ସୁପେଲ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ରାସ୍ତା ନଥିବାରୁ ଆସିପାରିଲାନି ୧୦୮ଏମ୍ବୁଲାନ୍ସ । ଆମ୍ବୁଲାନ୍ସ ନଆସିପାରିବାରୁ ୪ କି:ମି: ଖଟିଆରେ ବୋହି ବଣ୍ଡେଗୁଡା ଛକକୁ ବୋହି ନେଲେ ପରିବାର ଲୋକେ । ସେଠାରୁ ୧୦୨ଆମ୍ବୁଲାନ୍ସ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗର୍ଭବତୀ ମହିଳା ଏବେ ସୁରକ୍ଷିତ ରହିଛନ୍ତି ।
Related Posts
ଘରେ ପଶି ମହିଳାଙ୍କୁ ଗୁଳିମାଡ଼, ପୋଲିସ ଖୋଜୁଛି କାରଣ
6 December 2023
ପୂର୍ବବିବାଦରୁ ଗୋଷ୍ଠୀ ସଂଘର୍ଷ, ଏକାଧିକ ଲୋକ ଆହତ
6 December 2023